Home ଓଡ଼ିଶା କେ. ଏମ. ଭଲିଆସାହି ଉଚ୍ଚ ବିଦ୍ୟାଳୟରେ ନିଆରା ରକ୍ଷା ବନ୍ଧନ ଏବଂ ମେହେର ଜୟନ୍ତୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭଲିଆସାହି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ନେତୃତ୍ତ୍ୱରେ ଜୁନିଅର ରେଡକ୍ରସ ତରଫରୁ ପଵିତ୍ର ରକ୍ଷା ବନ୍ଧନ ସହିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଅତି ଆନନ୍ଦର ସହିତ ପାଳନ ହୋଇଯାଇଛି l ଉକ୍ତ ଅବସରରେ ଯୋଡlମ୍ବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଏବଂ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦଣ୍ଡସେନା ଉପସ୍ଥିତ ରହି ପିଲାମାନଙ୍କୁ ଗଙ୍ଗାଧର ମେହେର ଙ୍କର ଜୀବନୀ ଓ ସାହିତ୍ୟ କୃତି ବିଷୟରେ ବକ୍ତବ୍ୟ ପ୍ରଦାନ କରି ସମସ୍ତଙ୍କୁ ମେହେରଙ୍କର ଆଦର୍ଶରେ ଅନୁପ୍ରାଣିତ କରାଇଥିଲେ l ତତ ସହିତ ପିଲାମାନଙ୍କ ଦ୍ୱାରା ଭାଷଣ ଏବଂ ସଂଗୀତ ପରିବେଷଣ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହା ସହିତ ପିଲାମାନେ ରକ୍ଷା ବନ୍ଧନ ପର୍ବ ଧୁମ ଧାମରେ ପାଳିନ କରିଥିଲେ l ଉକ୍ତ ଅବସରରେ ପିଲାମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ବିଦ୍ୟାଳୟ ପରିସରରେ ଥିବା ଗଛ ମାନଙ୍କ ଦେହରେ ରାକ୍ଷୀ ବାନ୍ଧି ବୃକ୍ଷ ଆମର ବନ୍ଧୁ ତାହା ପ୍ରମାଣିତ କରିଛିନ୍ତି l ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ନୂଆଗାଁ ପଞ୍ଚାୟତ ସମିତିର ୧୩ତମ ସାଧାରଣ ଅଧିବେଶନ : ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସମାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 22, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026