Home ଓଡ଼ିଶା କେ. ଏମ. ଭଲିଆସାହି ଉଚ୍ଚ ବିଦ୍ୟାଳୟରେ ନିଆରା ରକ୍ଷା ବନ୍ଧନ ଏବଂ ମେହେର ଜୟନ୍ତୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭଲିଆସାହି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ନେତୃତ୍ତ୍ୱରେ ଜୁନିଅର ରେଡକ୍ରସ ତରଫରୁ ପଵିତ୍ର ରକ୍ଷା ବନ୍ଧନ ସହିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଅତି ଆନନ୍ଦର ସହିତ ପାଳନ ହୋଇଯାଇଛି l ଉକ୍ତ ଅବସରରେ ଯୋଡlମ୍ବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଏବଂ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦଣ୍ଡସେନା ଉପସ୍ଥିତ ରହି ପିଲାମାନଙ୍କୁ ଗଙ୍ଗାଧର ମେହେର ଙ୍କର ଜୀବନୀ ଓ ସାହିତ୍ୟ କୃତି ବିଷୟରେ ବକ୍ତବ୍ୟ ପ୍ରଦାନ କରି ସମସ୍ତଙ୍କୁ ମେହେରଙ୍କର ଆଦର୍ଶରେ ଅନୁପ୍ରାଣିତ କରାଇଥିଲେ l ତତ ସହିତ ପିଲାମାନଙ୍କ ଦ୍ୱାରା ଭାଷଣ ଏବଂ ସଂଗୀତ ପରିବେଷଣ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହା ସହିତ ପିଲାମାନେ ରକ୍ଷା ବନ୍ଧନ ପର୍ବ ଧୁମ ଧାମରେ ପାଳିନ କରିଥିଲେ l ଉକ୍ତ ଅବସରରେ ପିଲାମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ବିଦ୍ୟାଳୟ ପରିସରରେ ଥିବା ଗଛ ମାନଙ୍କ ଦେହରେ ରାକ୍ଷୀ ବାନ୍ଧି ବୃକ୍ଷ ଆମର ବନ୍ଧୁ ତାହା ପ୍ରମାଣିତ କରିଛିନ୍ତି l ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ୬୬୨ ବର୍ଗ କଲେଜ କର୍ମଚାରୀ ସଂଗଠନ (ସି. ଇ. ଏ )ର ରାଜ୍ୟ ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana October 27, 2026 ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୮ ବର୍ଷ ଧରି ନରନାରାୟଣ ପ୍ରସାଦ ସେବା by Proprietor Abhimanyu Maharana October 27, 2026 ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ by Proprietor Abhimanyu Maharana October 27, 2026 ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 27, 2026 ଗଜପତି ଜିଲ୍ଲାରେ ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ଶପଥ ନେଲେ ଅଭିଯୋଜନ ଅଧିକାରୀ by Proprietor Abhimanyu Maharana October 27, 2026 ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ଠାରେ କୁମାରଉସ୍ରବ ପାଳିତ by Proprietor Abhimanyu Maharana October 27, 2026