ହରିଶଙ୍କର ଦର୍ଶନ ପାଇଁ ଯାଉ ଥିବା ବେଳେ ମର୍ମନ୍ତୁଦ ବାଇକ ଦୁର୍ଘଟଣା.. ଜଣେ ମୃତ, ଦୁଇ ଜଣ ଆହତ

୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ  :->  ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତ ହନୁପାଲି ଗାଁ ଠାରେ ଥିବା ପୋଲ ଠାରେ ଏକ ମାର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଯାଇଛି I ସୂଚନା ଯୋଗ୍ୟ ଯେ ବରଗଡ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ଗୁଏଲଗୁଡା ଗାଁ ର ତିନି ଜଣ ଗୋଟିଏ ହିରୋ ହୋଣ୍ଡା ଏସ ଏସ ଓଆର 17C 2226 ନାମକ ବାଇକ ରେ ହରିଶଙ୍କର ମନ୍ଦିର ଦର୍ଶନ ପାଇଁ ଆସୁଥିବା ସମୟରେ ହନୁପାଲି ଗାଁ ରେ ଥିବା ପୋଲ ଠାରେ ଭରସାମ୍ୟ ହରାଇ ପୋଲ ତଳେ ପଡ଼ିଥିଲେ ଏବଂ ଘଟଣା ସ୍ଥଳ ରେ ହିଁ ଜଣେ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଥିବା ଜଣା ପଡିଛି I

ଶବ କୁ ଖପ୍ରାଖୋଲ ପୋଲିସ ଉଦ୍ଧାର କରିଥିବା ବେଳେ ଓ ଗୁରୁତର ମାନଙ୍କୁ ବଲାଙ୍ଗୀର କୁ ସ୍ଥାନାନ୍ତରିତ କରିଥିବା ଜଣା ପଡିଛି I ମୃତକ ଜଣକ ହେଲେ ଗୁଏଲଗୁଡା ଗାଁ ର ମଣ୍ଟୁ କାମତୀ ଓ ଗୁରୁତର ଆହତ ଦୁଇଜଣ ଗୁଏଲଗୁଡା ଗାଁ ର ଗୌର ବରିହା (19),କାର୍ତିକ ପଧାନ (35) ବର୍ଷ I ଏ ବିଷୟରେ ଖପ୍ରାଖୋଲ ଓ ଆଇ ସି ଲିଙ୍ଗରାଜ କିସାନ ଙ୍କୁ ପଚରା ଯିବା ରୁ ଶବ ବ୍ୟବଛେଦ ସାରି ମୃତକ ଙ୍କ ପରିବାର ଙ୍କୁ ଶବ ହସ୍ତାନ୍ତର କରିଥିବା କହିଛନ୍ତି I

Exit mobile version