Home ଓଡ଼ିଶା ସମ୍ବାଦ ଓ ଉତ୍ସର୍ଗ ପରିବାର ର ମିଳିତ ସହଯୋଗ ରେ ରକ୍ଷା ବନ୍ଧନ ସହିତ ନିଶନିବାର କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପବିତ୍ର ରକ୍ଷା ବନ୍ଧନ ଅବସରରେ ଦୈନିକ ଖବର କାଗଜ ସମ୍ବାଦ ର ଆମ ଓଡ଼ିଶା ଓ ଗୋପ ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପରିବାର ର ମିଳିତ ସହଯୋଗରେ ଗୋପ ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ରକ୍ଷା ବନ୍ଧନ ଓ ନିଶାମୁକ୍ତ ଶପଥ ଗ୍ରହଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସୋମବାର ସକାଳ ୯ ଘଟିକା ସମୟରେ ବିଶ୍ୱାସ ଷ୍ଟଡି ଜୋନ ଓ ମା ନାରାୟଣୀ କୋଚିଙ୍ଗି ସେଣ୍ଟର ଛାତ୍ରୀ ଛାତ୍ରଙ୍କ ସମେତ ଉତ୍ସର୍ଗ ପରିବାର ସ୍ବେଛାସେବୀ ଓ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନେଇ ରକ୍ଷା ବନ୍ଧନ ସହିତ ନିଶା ନିବାରଣ ଉପରେ ଏକ ଆଲୋଚନା ଚକ୍ର ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା l ଏହି ଆଲୋଚନା ଚକ୍ରରେ ଗୋପ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ପ୍ରକାଶ ଚନ୍ଦ୍ର ଖଟୋଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ସ୍ଥଳେ ମାଟିଆ ଖାତ ଶିଶୁମନ୍ଦିର ର ପ୍ରଧାଆଚାର୍ଯ୍ୟ ଅଜୟ କୁମାର ନାୟକ ଏବଂ ଉତ୍ସର୍ଗ ପରିବାର ର ସଭାପତି ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଅଂଶଗ୍ରହଣ କରିଥିଲେ l ତାପରେ ଗୋପ କୋଣାର୍କ ଜାତୀୟ ରାଜପଥରେ ଯାଉଥିବା ପଥଚାରି ଙ୍କ ହାତରେ ରକ୍ଷା ସୁତା ବାନ୍ଧି ଚକୋଲେଟ ବାଣ୍ଟି ନିଶା ନିବାରଣ ସଚେତନତା ଉପରେ ପରାମର୍ଶ ଦେଇଥିଲେ l ସେହିପରି ବୃକ୍ଷରେ ରକ୍ଷା ସୁତା ବାନ୍ଧି ପରିବେଶ ସୁରକ୍ଷା ନିମନ୍ତେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ ଅନ୍ଧ ମୁକ ବଧିର ବିଦ୍ୟାଳୟ ରେ ରହୁଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ନୀଳାଦ୍ରି ନିଳୟରେ ରହୁଥିବା ଦିବ୍ୟାଙ୍ଗ ମାନସିକ ଅନଗ୍ରସର ଲୋକମାନଙ୍କ ଗ୍ରହଣରେ ରକ୍ଷା ବନ୍ଧନ ଓ ଚକୋଲେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯଦି ଆମ ପରି ହୋଇଥାନ୍ତା ତେବେ ସେ ଆମ ହାତରେ ରାକ୍ଷୀ ବାନ୍ଧି ନିଜକୁ ରକ୍ଷା କରିବାର ପ୍ରତିଶ୍ରୁତି ମାଗିଥାନ୍ତା । ବୃକ୍ଷ ଅଛି ତ ଆମେ ଅଛୁ । ତେଣୁ ଆଜିର ଏହି ପବିତ୍ର ଦିନ ରେ ଆମେ ବୃକ୍ଷ କୁ ରକ୍ଷା ସୂତ୍ରରେ ବାନ୍ଧି ତା’ର ରକ୍ଷା କରିବା ପାଇଁ ପ୍ରତିବଦ୍ଧ ହେଲୁ । Categories: ଓଡ଼ିଶା, ପୁରୀ, ହୋମ୍ Related Content ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026 ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana August 10, 2026 ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026