କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି

୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅ।ଉ ରାଜଧାନୀ ଭୁବନେଶ୍ୱରେ ସ୍ଥିତି ଉଦବେଗଜନକ । ବିଶେଷ କରି ଭୁବନେଶ୍ୱର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ ।୍ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି । ନୀଳାଦ୍ରି ବିହାରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଘର ଥିବା ବେଳେ ସେଠାରେ ହିଁ ତାଙ୍କ ପତ୍ନୀଙ୍କୁ ଡେଙ୍ଗୁ ହୋଇଥିବା ଜୁଏଲ ଅ।ଜି ଗଣମାଧ୍ୟମକୁ କହିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ସମଗ୍ର ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାଖାପାଖି ଅଛି । ଖୋର୍ଦ୍ଧାରୁ ସର୍ବାଧିକ ୫୦୦ ପାଖାପାଖି ରୋଗୀ ଅଛନ୍ତି ।

ଏହାପଛକୁ ରହିଛନ୍ତି ସୁନ୍ଦରଗଡ଼ ଓ ରାଉରକେଲା ସହର, ବଲାଙ୍ଗୀର ଓ କଟକ । ରାଜଧାନୀରେ ଡେଙ୍ଗୁ ଭୟ ବଢ଼ୁଥିବା ବେଳେ ଖୋର୍ଦ୍ଧା ରାଜ୍ୟର ଏକ ନମ୍ବର ଡେଙ୍ଗୁପ୍ରବଣ ଜିଲ୍ଲା ପାଲଟିଛି । ବସ୍ତିରୁ ଆପାର୍ଟମେଣ୍ଟ ସବୁଠି ମଶା ଭଣଭଣ ହେଉଛନ୍ତି । ଘରେ ଘରେ ଜ୍ୱ୍‌ର ବ୍ୟାପୁଛି । ହେଲେ ନିୟନ୍ତ୍ରଣରେ ଫେଲ ମାରିଛି ବିଏମସି । ମୁଖତଃ ରାଜଧାନୀର ସାଲିଆ ସାହି, ଆଇଆରସି ଭିଲେଜ, ଜାଗମରା, ଜୟଦେବ ବିହାର, ଖଣ୍ଡଗିରି, ନୟାପଲ୍ଲୀ, ପଥରଗାଡିଆ, ନିଳାଦ୍ରୀ ବିହାର, ପଟିଆ, ରସୁଲଗଡ, ରେଣ୍ଟାଲ କଲୋନୀ, ଶିଖରଚଣ୍ଡୀ ଏବେ ପାଲଟିଛି ଏଡିସ ମଶାଙ୍କ ଅ ।ଡ୍ଡାସ୍ଥଳୀ । ଖୋର୍ଦ୍ଧାରେ ୫୩୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱରରେ ୪୦୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ଜୁଲାଇରେ ୩୧୪ ଓ ଅଗଷ୍ଟରେ ବର୍ତ୍ତମାନ ସୁଦ୍ଧା ୧୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୦୦ ରୋଗୀଙ୍କ ପରୀକ୍ଷା ହେଉଛି । ରାଜ୍ୟରେ ମୋଟ ୨୦୭୨ ଡେଙ୍ଗୁ ରୋଗୀ ବାହାରିଲେଣି । ଗୋଟିଏ ପଟେ ଡେଙ୍ଗୁ ଉଗ୍ର ରୂପ ନେଉଥିବା ବେଳେ ଅନ୍ୟପଟେ ବିଏମସି ମଶା ଧୂଅ ।ଁଗାଡି ବୁଲାଉନଥିବା ଅଭିଯୋଗ ଅ ।ଣୁଛନ୍ତି ଲୋକେ । ତେଣୁ ଡେଙ୍ଗୁରେ ଏକ ନମ୍ବର ଥିବା ଖୋର୍ଦ୍ଧାରେ କେମିତି ଏହାକୁ ଦମନ କରାଯିବ ତାହା ବିଏମସି ପାଇଁ ବଡ ଚ୍ୟାଲେଞ୍ଜ । ସେପଟେ ଡେଙ୍ଗୁ ପ୍ରତି ଲୋକଙ୍କୁ ସଚେତନ ହେବାକୁ ପଡିବ ଏକାମ୍ର ବିଧାୟକ ବାବୁ ସିଂ ଡେଙ୍ଗୁ ସ୍ଥିତି ପାଇଁ ବିଏମସିକୁ ଦାୟୀ କରିଛନ୍ତି । ଅବହେଳା ପାଇଁ ସରକାରୀସ୍ତରରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚେତାବନୀ ଦେଇଛନ୍ତି । ସେପଟେ ବିଏମସି ସମସ୍ତ ପଦକ୍ଷେପ ନେଉଥିବା କହିଛନ୍ତି ମେୟର ।

Exit mobile version