Home ଓଡ଼ିଶା କୋଲକାତା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଶୁଣାଣି ସୁପ୍ରିମକୋର୍ଟ କରିବେ ୩ ଜଣିଆ ଖଣ୍ଡପୀଠ ଆସନ୍ତା ମଙ୍ଗଳବାର ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି । ୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ଦେଶକୁ ଦୋହଲାଇ ଦେଇଥିବା କୋଲକାତା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଶୁଣାଣି ସୁପ୍ରିମକୋର୍ଟ କରିବେ ୩ ଜଣିଆ ଖଣ୍ଡପୀଠ ଆସନ୍ତା ମଙ୍ଗଳବାର ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି ହେବ । କୋଲକାତା ଘଟଣାକୁ ନେଇ ଏବେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି କୋଲକାତା ପୁଲିସ୍ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରାଯାଇଥିବା ବେଳେ ସିବିଅlଇ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ଅଧିକ ତଦନ୍ତ କରୁଛି । ଏସବୁ ଭିତରେ ପୂରା ଦେଶରେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଡାକ୍ତରମାନେ ଡ୍ୟୁଟି ବେଳେ ସୁରକ୍ଷା ଦାବି କରି ଆନ୍ଦୋଳନ କରୁଛନ୍ତି । ତେଣୁ ସୁପ୍ରିମକୋର୍ଟ ଏହି ଭୟଙ୍କର ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହାର ଶୁଣାଣି ଅ।ସନ୍ତା ୨୦ ତାରିଖରେ କରିବେ । ସୂଚନାଯୋଗ୍ୟ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ଙ୍କୁ ଏହି ପ୍ରସଙ୍ଗରେ ଏକ ଚିଠି ଲେଖା ଯାଇଥିଲା । ଯେଉଁଥିରେ ପ୍ରଧାନ ବିଚାରପତି ସମଗ୍ର ବିଷୟର ନିଜଅ।ଡୁ ହସ୍ତକ୍ଷେପ କରିବାକୁ ଦାବି କରାଯାଇଥିଲା । ଚିଠିରେ କୁହାଯାଇଛି ଯେ ଏହି ବିଷୟ କେବଳ ନିରୀହ ଜୀବନକୁ ସମାପ୍ତ କରିବା ନୁହେଁ ଏହା ଆମ ଦେଶର ଆତ୍ମା ଉପରେ ଆକ୍ରମଣ, ନ୍ୟାୟ ଏବଂ ମାନବିକତାର ଅ।ଦର୍ଶ ପ୍ରତି ଏକ ଅପମାନ । ଯାହା ଅ।ମର ମହାନ ସମ୍ବିଧାନ ବଜାୟ ରଖିବାକୁ ବଳ ଯୋଗାଇଥାଏ । ଏଭଳି ନିଷ୍ଠୁର ଭାବେ ଯୁବ ଜୀବନ ସମାପ୍ତ ହେବା ଆମ ଦେଶର ସାମୂହିକ ବିବେକକୁ ଚକିତ କରି ଦେଇଛି । ଜଣେ ପ୍ରତିଜ୍ଞାକାରୀ ଡାକ୍ତର, ଯିଏ ନିଜକୁ ଚିକିତ୍ସା ତଥା ଜୀବନ ରକ୍ଷା କରିବାର ପବିତ୍ର କର୍ତ୍ତବ୍ୟରେ ଉତ୍ସର୍ଗ କରିଥିଲେ ଯେଉଁଠାରେ ସେ ମାନବିକତାର ସେବା କରିଥିଲେ । ସେହି ସ୍ଥାନରେ ତାଙ୍କୁ ଅତି ନିର୍ମମ ଭାବରେ ନିର୍ଯାତନା ଦିଅ। ଯାଇଛି । ତେବେ ଏହି ଘଟଣାର ତଦନ୍ତ ସିବିଅ।ଇ ଟିମ୍ ଜାରି ରଖିଛି ଅlରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜରୁରୀକାଳୀନ । ର୍ଡରେ ଏବଂ ବାହାରେ ଥ୍ରୀ-ଡି ଲେଜର ମ୍ୟାପିଂ ଯାଞ୍ଚ ଏବଂ କୋଡିଂ କରୁଛି ଉଚ୍ଚ ସଠିକତା ଥ୍ରୀ-ଡି ଲେଜର ସ୍କାନର୍ ସାହାଯ୍ୟରେ ଡାକ୍ତରଖାନାରେ ଡିଜିଟାଲ୍ ମ୍ୟାପିଂ କରାଯାଉଛି । ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ଘଟଣା ବିରୋଧରେ ପୂରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଥିଲା ଘଟଣାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍ ସିଭିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟକୁ ଗିରଫ କରିଥିଲା । Categories: ଓଡ଼ିଶା, ଦେଶ, ହୋମ୍ Related Content ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026