ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ନୀରବ ପ୍ରାର୍ଥନା ଓ ଶପଥ ପାଠ

ଓଡ଼ିଶା ତାଜା ନିଉଜ(୧୨ ଅଗଷ୍ଟ ବୁଧବାର) ଦଶପଲ୍ଲା :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ଦଶପଲ୍ଲା ବାଣୀ ଗୋଛା ବଙ୍ଗଳା ଠାରେ କରୋନା ଯୋଦ୍ଧା ମାନଙ୍କ ତ୍ୟାଗ ,ଅବିରତ ସଂଗ୍ରାମ କୁ ସମ୍ମାନ ,ସ୍ମରଣ କରିବା ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା ସହ ଶପଥ ପାଠ କରାଯାଇଥିଲା । କରୋନା ନୀତିନିୟମ ପାଳନ କରି କରୋନା ମହାମାରୀ କୁ ପରାଜିତ କରିବା

ସହ ମୁଖ୍ୟମନ୍ତ୍ରୀ ଙ୍କ କରୋନା ହାରିବ ଓଡ଼ିଶା ଜିତିବ ଆହ୍ବାନ କୁ ସଫଳ କରିବା ପାଇଁ ଶପଥ କରାଯାଇଥିଲା । ସେହିଭଳି ଭାବେ ଦଶପଲ୍ଲା ବିଧାୟକ ଙ୍କ ଅନୁରୋଧ କ୍ରମେ ନୂଆଗାଁ ବ୍ଲକ୍ ,ଥାନା ଏବଂ ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରେ କରୋନା ଯୋଦ୍ଧା ଙ୍କ ତ୍ୟାଗ ର ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । (ରିପୋର୍ଟ -ସୁବ୍ରତ ପରିଡା)

Exit mobile version