Home ଓଡ଼ିଶା ଧର୍ମେନ୍ଦ୍ର ପ୍ରଧାନଙ୍କର ପୌରାହିତ୍ୟରେ ସିଲଭର ଗାନ୍ଧୀଙ୍କର ପଦଯାତ୍ରା ଉଦଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ର ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର ନିକଟରେ ଗାନ୍ଧୀନଗର ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କର ୩୦ ଦିନିଆ ପଦଯାତ୍ରା ସମାପନ କରିଛନ୍ତି ।ସ୍ୱଚ୍ଛ ଭାରତ ଗଠନ, ମା ପାଇଁ ଗଛ ଟିଏ ରୋପଣ ଏବଂ ଘରେ ଘରେ ତ୍ରୀରଙ୍ଗା ଉଡ୍ଡIୟନ ଆଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆହ୍ୱାନ ଗୁଡିକୁ ପ୍ରଚାର,ପ୍ରସାର ଏବଂ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଆୟୋଜିତ ହୋଇଥିବା ଜଣାଯାଇଛି । ଗୁଜୁରାଟର ଗାନ୍ଧୀ ନଗରଠାରେ ଏହି ପଦଯାତ୍ରାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଈ ପଟେଲ ଉଦଘାଟନ କରିଥିବା ବେଳେ ନୂଆଦିଲ୍ଲୀ ଠାରେ ଉଦଯାପନ ଅଧିବେଶନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପଦଯାତ୍ରୀ ସିଲଭର ଗାନ୍ଧୀ ଜାତୀୟ ରାଜଧାନୀରେ ପାଦ ଦେବା ପରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଉତ୍ତରପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ତାଙ୍କୁ ଉଚ୍ଛ୍ବସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପତ୍ନୀ ମୃଦୁଳା ପ୍ରଧାନଙ୍କ ସହିତ ତାଙ୍କର କୃଷକ ରୋଡ଼ ସ୍ଥିତ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସିଲଭର ଗାନ୍ଧୀଙ୍କୁ ଭବ୍ୟ ବିଧାଇ ଜଣାଇଥିବା ଦେଖା ଯାଇଥିଲା । ଶ୍ରୀ ପ୍ରଧାନ ପରିବେଶ ସୁରକ୍ଷା ସମ୍ପର୍କରେ ଭାରତବର୍ଷର କୋଣ ଅନୁକୋଣରେ ସଚେତନତା ସୃଷ୍ଟି କରିବା ଉପଲକ୍ଷେ ସିଲଭର ଗାନ୍ଧୀଙ୍କର ପଦଯାତ୍ରା ଜରିଆରେ ଏହି ମହତ ପ୍ରୟାସକୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ । ଗାନ୍ଧୀନଗର ଠାରେ ପଦଯାତ୍ରାକୁ ଉଦଘାଟନ କରିବା ଅବସରରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଈ ପଟେଲ, ସିଲଭର ଗାନ୍ଧୀଙ୍କର ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ସାଧୁ ଉଦ୍ୟମର ସଫଳତା ପାଇଁ ଶୁଭ କାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜୀବନ, ଦର୍ଶନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ତାଙ୍କର ବାର୍ତ୍ତାକୁ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହୁଞ୍ଚାଇବାକୁ ଅନବରତ ଭାବେ ଚେଷ୍ଟାରତ ଥିବା ସିଲଭର ଗାନ୍ଧୀ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ଫାଓ ଫୁଟବଲ ଲିଗ୍ରେ ଓଡ଼ିଶା ପୋଲିସ ଚମ୍ପିଆନ୍ : ସଫଳ ଓଡ଼ିଶା ପୋଲିସ ଟିମ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 18, 2026 ଜିଲ୍ଲାସ୍ତରୀୟ ୩ୟ ଡାକ ମେଳା ଉଦଘାଟିତ by Proprietor Abhimanyu Maharana August 18, 2026 S. I. R-2026 ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ by Proprietor Abhimanyu Maharana August 18, 2026 ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା by Proprietor Abhimanyu Maharana August 17, 2026 ରଣପୁର ବ୍ଲକ ରାଜସୁନାଖଳା, ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ by Proprietor Abhimanyu Maharana August 17, 2026 Mother’s Public School Unveils State-of-the-Art Sports Hub in Bhubaneswar to Pioneer Athletic Excellence in Odisha by Proprietor Abhimanyu Maharana August 17, 2026