Home ଓଡ଼ିଶା ବିଷ୍ଣୁ ସାମନ୍ତରାୟ କଲେଜର ୪୫ତମ ପ୍ରତିଷ୍ଠା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡ଼ଚଣା :-> ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୁଆହାଟ ସ୍ଥିତ ବିଷ୍ଣୁ ସାମନ୍ତ ରାୟ ମହାବିଦ୍ୟାଳୟ ୪୫ତମ ପ୍ରତିଷ୍ଠା ଦିବସ ମହା ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହର ମୂଖ୍ୟ ଅତିଥି ଭାବେ ଯୋଗ ରାଜ୍ୟ ସରକାରଙ୍କ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥିରାଜ ହରିଚନ୍ଦନ,ସମ୍ମାନୀୟ ଅତିଥି ଭାବେ ଯାଜପୁର ଜିଲ୍ଲା ସାଂସଦ ରବି ନାରାୟଣ ବେହେରା ଓ ବଡ଼ଚଣା ର ବିଧାୟକ ଅମର ନାୟକ,ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରୀପାଠୀ,ଅତିଥି ଭାବେ ଯୋଗ ଦେଇଥିଲେ। ପରିଚାଳନା କମିଟି ସଭାପତି ତ୍ରିଲୋଚନ ରାଉତ ଓ ବି.ଏସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପବିତ୍ର ମାହଲା ଙ୍କ ସହ ଉପସ୍ଥିତ ଥିଲେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ କତୃପକ୍ଷ ଓ ସ୍ଥାନୀୟ ଅତିଥି ମାନେ,ପ୍ରଥମେ ଜାତୀୟ ରାଜପଥ ୫୩ନଂ ଚଣ୍ଡିଖୋଲ – ପାରାଦ୍ଵୀପ କୁନ୍ଦଳ ଛକରୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଓ ମହିଳା ବୁଦ୍ଧିଜୀବୀ, ଯୁବକ ମାନେ ପ୍ରଭାବୀ ଢ଼ଙ୍ଗରେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନଙ୍କୁ ବଡ଼ଚଣା ମାଟିରେ ଭବ୍ୟ ସ୍ଵାଗତ କରିବା ସହ ଏକ ବିଶାଳ ମଟର ସାଇକେଲ ଶୋଭଯାତ୍ରାରେ ନୁଆହାଟ ସ୍ଥିତ କଲେଜ ସମ୍ମୁଖକୁ ପାଛୋଟି ଆଣିଥିଲେ, ପରେ କଲେଜ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ,ଅତିଥି ମାନେ ଗଣପତି ଭଗବାନ ମାତା ସରସ୍ୱତୀ ଗଳାରେ ପୁଷ୍ପ ମାଲ୍ୟ ଦେବା ସହ ବିଷ୍ଣୁ ସାମନ୍ତ ରାୟଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ,ଅତିଥି ମାନେ ମଞ୍ଚ ଆରୁଢ଼ ହେବା ପୂର୍ବରୁ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜାତୀୟ ସଙ୍ଗୀତ ଗାନ କରି ସଂସ୍କୃତିକ କାର୍ଯ୍ୟକ୍ରମ ସାହାଯ୍ୟରେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇ ଥିଲା। ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ ମହାବିଦ୍ୟାଳୟ ର ଉନ୍ନତି କାମନା କରିବା ସହ ଶିକ୍ଷାର ବିକାଶ ଦିଗରେ ଛାତ୍ର ଛାତ୍ରୀ ଓ ଶିକ୍ଷା ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। Categories: ଓଡ଼ିଶା, ଯାଜପୁର, ହୋମ୍ Related Content ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି by Proprietor Abhimanyu Maharana July 22, 2026 ବିଦ୍ୟାଳୟ ପରିଚାଳନା କମିଟି ଗଠିତ by Proprietor Abhimanyu Maharana July 22, 2026 ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା" କର୍ମଶାଳା by Proprietor Abhimanyu Maharana July 22, 2026 ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା by Proprietor Abhimanyu Maharana July 22, 2026 ନାକଚଣା ଦ୍ବାରରେ ଲାଗିଲା ତାଳଧ୍ଵଜ ଓ ନନ୍ଦିଘୋଷ ରଥ by Proprietor Abhimanyu Maharana July 22, 2026 ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ by Proprietor Abhimanyu Maharana July 22, 2026