ପଟ୍ଟାମୁଣ୍ଡାଇ କେନାଲ ରୁ ବୃଦ୍ଧ ଙ୍କ ଶବ ଉଦ୍ଧାର

୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ କେନାଲ ର ଚାରିନଙ୍ଗଳ ନିକଟରୁ ରବିବାର ଅପରାହ୍ନରେ ପଟ୍ଟାମୁଣ୍ଡାଇ କେନାଲରେ ଭାସୁଥିବା ଅବସ୍ଥାରେ ଏକ ଶବକୁ ଉଦ୍ଧାର କରଯାଇଛି । ବାଲିଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।

ପ୍ରଥମେ ଶବଟି କାହାର ଜଣା ପଡୁଥିଲା ବେଳେ ପରେ ଏହା ଚିହ୍ନଟ ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ। କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ନୃତାଙ୍ଗ ଗ୍ରାମର ମୁରଲୀ ଧର ସାହୁ (୬୨)। ମୁରଲୀ ଶନିବାର ଠାରୁ ନିଖୋଜ ଥିଲେ। ରବିବାର ତାଙ୍କ ଶବ ଚାରିନଙ୍ଗଳ ଠାରେ କେନାଲ ରେ ଭାସୁଥିବା ଅବସ୍ଥାରେ ମିଳିଛି। ତେବେ ସେ କେନାଲ ବୁଡ଼ି ଯାଇ ମୃତ୍ୟୁ ବରଣ କରିଛନ୍ତି କିମ୍ବା କେହି ମାରି ଭସାଇ ଦେଇଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।

Exit mobile version