Home ଓଡ଼ିଶା ସଚେତନ ନାଗରିକ ମଞ୍ଚ ଗୋପ ଶାଖା ପକ୍ଷରୁ ମେଧା ସମ୍ମାନ 2024 ପ୍ରଦାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଯେଉଁଦିନଠୁ ଦଣ୍ଡମୁକ୍ତ ଶିକ୍ଷାନୁଷ୍ଠାନ ହେଲା ସେହିଁ ଦିନଠୁ ମଣିଷ ତିଆରି କାରଖାନା ବନ୍ଧ ହୋଇଗଲା – ପୁନେଶ କୁମାର ସେନାପତି l ୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଚଳିତ ବର୍ଷ ଅବିଭକ୍ତ ପୁରୀ ଜିଲ୍ଲାର ଦଶମ ଶ୍ରେଣୀ ରେ ବ୍ଲକ ଟପର ଛାତ୍ର ଛାତ୍ରୀ ଙ୍କୁ ସଚେତନ ନାଗରିକ ମଞ୍ଚ ଗୋପ ଶାଖା ପକ୍ଷରୁ ମେଧାସମ୍ମାନ 2024 ପ୍ରଦାନ l ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମା ପାଇଁ ଗଛ ଟିଏ ଅଭିଯାନ ରେ ଶ୍ରେଷ୍ଠ ଛାତ୍ର ଛାତ୍ରୀ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା l ଗୋପ କଲେଜ ନିକଟସ୍ତ ନର୍ସରୀ ମାଲିକ ଯୋଗେନ୍ଦ୍ର ବେହେରା ଙ୍କ ପକ୍ଷରୁ ଦଶମ ଟପର ଙ୍କୁ ବୃକ୍ଷ ପ୍ରଦାନ କରାଯାଇଥିଲା l ଏହି ଉତ୍ସବ ଟି ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍ମାର୍ଟ କ୍ଲାସ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସଚେତନ ନାଗରିକ ମଞ୍ଚ ଗୋପ ଶାଖା ର ପ୍ରମୁଖ ସଚ୍ଚିଦାନନ୍ଦ ଗୋଛାୟତ ସଭାପତିତ୍ୱ କରିଥିଲେ l ସଭା କାର୍ଯ୍ୟ ପରିଚାଳନା କରିଵା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ପ୍ରଧାନଶିକ୍ଷକ ସୁବାସ ଚଦ୍ର ପ୍ରଦାନ l ମୁଖ୍ୟ ଅତିଥି ଭାବେ ଗୋପ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତିକ କବି ପୁନେଶ କୁମାର ସେନାପତି l ଶ୍ରୀଯୁକ୍ତ ସେନାପତି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସ୍ୱାଭିମାନ ସହିତ କିପରି ବଞ୍ଚିବ ସେ ସମ୍ପର୍କ ରେ ମାର୍ଗ ଦର୍ଶନ କରିଥିଲେ l ସମ୍ମାନୀୟ ଅତିଥିଭାବେ ଗୋପ ବ୍ଲକ ଅଧକ୍ଷ ବନରଞ୍ଜନ ପଟ୍ଟନାୟକ, ଗୋପ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ପ୍ରକାଶ ଚନ୍ଦ୍ର ଖଟୋଇ ଙ୍କ ଦ୍ଵାରା ପ୍ରକାଶିତ ଶିଶୁ ମାନଙ୍କ ଖବର କାଗଜ ” ବାନାରସେନା ” ର ଅଗଷ୍ଟ ମାସର ସଂସକରଣ ଉନ୍ମୋଚନ କରାଯାଇଥିଲା, ସତ୍ୟ ଖବର ସମ୍ପାଦକ ଅକ୍ଷୟ କୁମାର ନାୟକ, ଉତ୍ସର୍ଗ ପରିବାର ର ସଭାପତି ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ବିକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ l ମେଧାସମ୍ମାନ 2024 ରେ ସମ୍ମାନିତ ହୋଇଥିବା ପିଲାମାନେ ହେଲେ l ସାଇ ସୁମେଧା ଭୋଳ, ଅଭିପ୍ସା ନନ୍ଦ, ଅନନ୍ୟା ସେନାପତି, ସ୍ମୃତିରେଖା ପୃଷ୍ଟି, ଶ୍ୱେତ ପଦ୍ମା ତ୍ରିପାଠୀ, ସତ୍ୟମ ସୁଭଦର୍ଶୀ ସାହୁ, ଲକ୍ଷ୍ମଣ ବାରିକ, ଇଙ୍କିନି ଇସ୍ପିତା ପରିଡା, ଅଭିଜିତ ପରିଡା, ଜୋତ୍ରୀମୟୀ ସ୍ୱାଇଁ, ଙ୍କୁ ମାନପତ୍ର ଓ ଟ୍ରଫି ଏବଂ ମା ପାଇଁ ଗାଟିଏ ପ୍ରଦାନ କରାଯାଇଥିଲା l ଚଳିତ ବର୍ଷ ଛାତ୍ର ଛାତ୍ରୀଙ୍କୁ ମେଧାସମ୍ମାନ 2024 ପ୍ରଦାନ କରାଗଲା ଆଗାମୀ ଦିନରେ ବିଭିର୍ନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ କୁ ସଚେତନ ନାଗରିକ ମଞ୍ଚ ଗୋପ ଶାଖା ପକ୍ଷରୁ ସମର୍ଦ୍ଧିତ କରାଯିବ ବୋଲି ଶାଖା ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ କହିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026 ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana August 10, 2026 ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026