୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଜୀବନରେ ପ୍ରଶିକ୍ଷଣର ଭୂମିକା ଖୁବ୍ ଗୁରୁତ୍ୱପୁର୍ଣ୍ଣ I ଏହି ପ୍ରଶିକ୍ଷଣ ଉଚ୍ଚକୋଟିର ହେବା ଉଚିତ୍, ଏଠାରୁ ପ୍ରାପ୍ତ ଜ୍ଞାନକୁ କିଭଳି କାର୍ଯ୍ୟରେ ବ୍ୟବହାର କରିହେବ ସେଥିପାଇଁ ବିଧାୟକ/ବିଧାୟିକାମାନେ ଦୃଷ୍ଟି ଦେବା ଆବଶ୍ୟକ I ରାଜନୈତିକ ଦଳମାନେ ନିଜର ସ୍ୱାର୍ଥକୁ ଦେଶ ହିତ ଠାରୁ ଦୁରେଇ ରଖିବା ଉଚିତ୍ I ଯଦି ବିଧାୟକମାନେ ଗୃହର କାର୍ଯ୍ୟରେ ବିନା କାରଣରେ ବାଧା ଦେବେ ତେବେ ଦେଶ ଓ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ ବୋଲି ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ପ୍ରକାଶ କରିଛନ୍ତି I

