Home ଓଡ଼ିଶା ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ପାଳିବେ ଓଡ଼ିଶାର ୨୫ଜଣ ସ୍କୁଲ ଛାତ୍ରଛାତ୍ରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ରକ୍ଷା ବନ୍ଧନ ଉତ୍ସବ ପାଳନ ସହିତ ରହିଛି ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହେଉଛି । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ଏହି ଉତ୍ସବ ପାଳନ ପାଇଁ ଓଡ଼ିଶାର ବିଭିନ୍ନ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯିବ । ରକ୍ଷା ବନ୍ଧନ ଉତ୍ସବ ପାଳନ ପରେ ମହାମହିମ ରାଷ୍ଟ୍ରପତିଙ୍କ ସହିତ ଛାତ୍ରଛାତ୍ରୀମାନଙ୍କର ଏକ ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହାୟତାରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ସହିତ ୫ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଓ ଜଣେ ନୋଡ଼ାଲ୍ ଅଧିକାରୀ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ଏଥିରେ ମୟୂରଭଞ୍ଜ ଜିଲ୍ଲାସ୍ଥିତ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝର ଜିଲ୍ଲାସ୍ଥିତ ଡ଼ି.ଏନ୍ ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁର ଜିଲ୍ଲାସ୍ଥିତ ଉମରକୋଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାସ୍ଥିତ ବୁଢ଼ାରାଜା ଉଚ୍ଚ ବିଦ୍ୟାଳୟ ଏବଂ ଢେଙ୍କାନାଳ ଜିଲ୍ଲାସ୍ଥିତ ବି.ବି. ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀଠାରେ ଏହି ଛାତ୍ରଛାତ୍ରୀମାନଙ୍କ ରହଣି ପାଇଁ ଜାତୀୟ ବାଲ୍ ଭବନରେ ସମସ୍ତ ଆୟୋଜନ କରାଯାଇଛି । ରକ୍ଷା ବନ୍ଧନ ଉତ୍ସବ ପାଳନ ପରେ ସମସ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୨୧ ତାରିଖରେ ନୂଆଦିଲ୍ଲୀରୁ ଫେରି ଆସନ୍ତା ୨୨ ତାରିଖରେ ନିଜ ନିଜ ଜିଲ୍ଲାକୁ ଗସ୍ତ କରିବେ । ଏହି କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ଵ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହାୟତାରେ ସମ୍ପନ୍ନ କରାଯିବ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026 ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ଆବାସିକ ସୁବିଧାରୁ ସହର ବିକାଶ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି by Proprietor Abhimanyu Maharana October 15, 2026 ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026