୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚର ଛବିଶ ତମ ବାର୍ଷିକ ଉତ୍ସବ ସ୍ବର୍ଗଦ୍ବାର ନିକଟ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥ୍ ରୂପେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ର ପ୍ରାକ୍ତନ କୁଳପତି ଡଃ ହରିହର ହୋତା, ବେଦକର୍ମକାଣ୍ଡ ମହାବିଦ୍ୟାଳୟ ର ଅଧକ୍ଷ୍| ହରପ୍ରିୟା ଦାଶ,ବାର୍ଷିକୋତ୍ସବ କମିଟିର ଅଧ୍ଯକ୍ଷ ତଥା ସମାଜସେବୀ ଚକ୍ରଧର ମହାପାତ୍ର,ମୁଖ୍ୟବକ୍ତାଭାବେ ଡ଼ଃ ଅଭିମନ୍ୟୁ ଭୂୟାଁ , ସ୍ତମ୍ବକାର ହରିଶଙ୍କର ମିଶ୍ର, ଜନସଂଗ୍ରାମୀ ସୂର୍ଯ୍ୟ ନାରାୟଣ ରଥ,ସମ୍ମାନିତ ଅତିଥିଭାବେ ଜ୍ୟୋତିର୍ବିଦ ଅନାମ ସାହୁ ପ୍ରମୁଖ ଯୋଗ ଦେଇ ମଞ୍ଚ ର ଏହି ମହତ କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ସଚେତନ ନାଗରିକ ମଞ୍ଚ ର ସଭାପତି ଆଇନିଜୀବି ସାମ୍ବାଦିକ ପ୍ରସନ୍ନ ଦାଶ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ । ମଞ୍ଚ ପରିଚାଳନା ଓ ଉପସ୍ଥାପନା କରିଥିଲେ ବିଶିଷ୍ଟ ଶିକ୍ଷ|ବିତ୍ ଶିବ ସୁନ୍ଦର ମିଶ୍ର l ସଂପାଦକ ତନ୍ମୟ ଚଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ l

