୧୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ନୁଆଗଡ ବ୍ଳକର କେ, ଝାଲରସିଂ ଗ୍ରାମଳ ଆଶିର୍ବାଦକୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଯେଉଁ ବୟସରେ ହସି ଖେଳି ପାଠ ପଢିବା କଥା ସେହି ବୟସରେ କିଡନୀ ଏବଂ ସିକ୍ଲିନ ରୋଗରେ ଆକ୍ରାନ୍ତ । ମେଡିକଲରୁ ମେଡିକଲ ବୁଲି ବୁଲି ହତାସ ହୋଇଗଲେଣି ପରିବାର। ବାପା ମୁମ୍ବାଇ ଯାଇଛନ୍ତି ଦାଦନ ଖଟିବାକୁ । ରୋଗ ପୂରା ପରିବାରକୁ ଅନ୍ଧକାରକୁ ଠେଲି ଦେଇଛି । ଗଜପତି ଜିଲ୍ଲା ନୁଆଗଡ ବ୍ଳକର କେ, ଝାଲରସିଂ ଗାଁର ଆଶିଷ ମିଶାଲଙ୍କ କ୍ଷେତ୍ରରେ ଏପରି ଘଟିଛି । ଆଶୀର୍ବାଦ ଆଖିରେ ଭରିଛି ଅନେକ ସ୍ବପ୍ନ । ବଡ ହୋଇ ପୁଲିସ ଚାକିରି କରିବ, ପରିବାରକୁ ପୋଷିବ ।

