ନୟାଗଡ଼ ଜିଲ୍ଲାରୁ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବେ ୩ଜଣ ସ୍ୱଚ୍ଛାସେବୀ

ରାଜ୍ୟସ୍ତୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର- ୨୦୨୪ ପାଇଁ ଚୟନ ହୋଇଛନ୍ତି ।

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ନୟାଗଡ଼ ଜିଲ୍ଲା  :-> ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀଙ୍କ ଅଗଷ୍ଟ ୨୦ ତାରିଖରେ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ସେବା ଯୋଜନା (NSS) ତରଫରୁ ନୟାଗଡ଼ ଜିଲ୍ଲାରୁ ୩ଜଣ ସ୍ୱଚ୍ଛାସେବୀ ରାଜ୍ୟସ୍ତୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର- ୨୦୨୪ ପାଇଁ ଚୟନ ହୋଇଛନ୍ତି ।

ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ରାଜ୍ୟରୁ ୩୩ଜଣ ସ୍ୱଚ୍ଛାସେବୀ ଚୟନ ହୋଇଥିବା ବେଳେ ଏଥି ମଧ୍ୟରୁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଛାତ୍ରୀ ସ୍ନେହାରାଣୀ ସାହୁ,

ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ଓ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରୁ ଛାତ୍ର ବୃନ୍ଦାବନ ପ୍ରଧାନ ଚୟନ ହୋଇଛନ୍ତି । ଏଥି ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, NSSର ପୋଗ୍ରାମ୍ ଅଫିସର, ତଥା ଅନ୍ୟାନ୍ୟ ବନ୍ଧୁ ବର୍ଗ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version