ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି  :-> ଜିଲ୍ଲାରେ ଚଳାଚଳ ହେଉଥିବା ବସ୍ ସେବାର ବ୍ୟବସ୍ଥା ନେଇ ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ ଗଜପତି ଜିଲ୍ଲାରେ ବସ୍ ସେବା ଚଳପ୍ରଚଳ ନେଇ ରହିଥିବା ସ୍ଥିତି ସମ୍ପର୍କରେ ବିଭିନ୍ନ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାଶ ଓଏସଆରଟିସି ପରିଚାଳକ ତନ୍ମୟ କୁମାର ପ୍ରଧାନ ପ୍ରମୁଖ ମଞ୍ଚାଷିନ ଥିଲେ ।

ଜିଲ୍ଲାର ଗ୍ରାମାଞ୍ଚଳ ପରିବହନ ସେବା ଭଲ ଭାବରେ ଚାଲିଛି, ବାକି ଥିବା ସମସ୍ତ ଗ୍ରାମ ପଞ୍ଚାୟତକୁ ମଧ୍ୟ ପରିବହନ ସେବା ଚାଲିବ ବୋଲି ପରିବହନ ବିଭାଗ ଅତିରିକ୍ତ ସଚିବ କରିଛନ୍ତି । ଜିଲ୍ଲାର ସଦମହକୁମା ସମେତ ସମସ୍ତ ବ୍ଲକରେ ବସ ଷ୍ଟାଣ୍ଡ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଗ୍ରାଧିକାର ଦିଆଯାଉଛି । ବସ ସେବାରେ ଯେଉଁଭଳି ଭାବେ ସ୍ବଚ୍ଛତା ବଜାୟ ରହିବ ସେଥିପ୍ରତି ବିଭାଗ ପୂର୍ଣ୍ଣ ସଜାଗ ରହିଛି । ପ୍ରତି ପଞ୍ଚାୟତ ମୁଖ୍ୟାଳୟ ଠାରୁ ବସ୍ ଚଳାଚଳ ପାଇଁ ପ୍ରୟାସ କରାଯାଉଛି ବୋଲି ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାର ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବାର ଯେଉଁଭଳି ଅସୁବିଧା ନହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।

ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ବସ ସେବା ଯୋଗାଇ ଦେବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଗମନାଗମନର ସୁବିଧା ପାଇଁ ସମସ୍ତ ବିଭାଗ ଓ ଷ୍ଟକ ହୋଲ୍ଡରଙ୍କ ଭିତରେ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ହେବ ବୋଲି ମତ ପ୍ରକାଶ କରିଛନ୍ତି । ଏହି ବୈଠକରେ ଯୋଗ ଦେଇଥିବା ଘରୋଇ ବସ ମାଲିକ ସଂଘ କର୍ମଚାରୀ ଓ ବୁଦ୍ଧିଜୀବୀ ମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ଜିଲ୍ଲାସ୍ତରରେ ଅନୁମୋଦନ କରାଯାଇ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଏହି ବୈଠକରେ ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀ ସି.ଏଚ.ସୀମାଦ୍ରି, ସେକ୍ରେଟାରୀ ଇ.ଭେଙ୍କଟ ରାଓ ସମେତ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଘରୋଇ ବସ ମାଲିକ ସଂଘ କର୍ମଚାରୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version