Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ମହା ସମାରହୋରେ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡ଼ିୟମ ଠାରେ ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ମୋହାଡମ୍ୱରେ ପାଳନ ହୋଇ ଯାଇଛି | ଆଜିର ଜିଲ୍ଳା ସ୍ତରୀୟ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ବାଣିଜ୍ୟ ଓ ପରିବହନ, ଇସ୍ପାତ୍ ଓ ଖଣି ବିଭାଗ ଓଡ଼ିଶା ,ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କର ଅଭିଭାଷଣରେ ଗଜପତି ଜିଲ୍ଲା ପ୍ରାକୃତିକ ସୌନ୍ଧର୍ଯ୍ୟ ଓ କଳା, ସାହିତ୍ୟ, ସଂସ୍କୃତି ଆଦିଭୂମି, ଉତ୍କଳର ଅନ୍ୟତମ ପୁଣ୍ୟପୀଠ ହେଉଛି ଗଜପତି ଜିଲ୍ଲା । ସାର ଦେଶରେ ପ୍ରଧାମନ୍ତ୍ରୀଙ୍କ ଆହ୍ବାନରେ ହର ଘର୍ ତ୍ରିରଙ୍ଗା ଅଭିଯାନ ଚାଲିଛି। ଜାତୀୟ ପତାକା କେବଳ ଆମ ପରିଚୟ ନୁହେଁ , ଏହା ଆମ ସ୍ୱାଧୀନତାର ପ୍ରତୀକ। ଜାତୀୟ ଓ ଅଖଣ୍ଡତାର ପବିତ୍ର ଭାବନାରେ ଉଦ୍ ଦ୍ଭୂଦ୍ଧ ହୋଇ ଘରେ ଘରେ ପତାକା ଉଡ଼ାଇବାଇ ଏହି ଅଭିଯାନ ଜନସାଧାରଣଙ୍କ ଦ୍ୱାରା ସଫଳତା ହୋଇଅଛି। ଏହି ପତାକା ଉଡ଼ାଇ ଆମେ ସମସ୍ତ ଦେଶ୍ମତୃକ ଓ ବୀର ସଂଗ୍ରାମୀମାନଙ୍କ ପ୍ରତି ସମ୍ମାନ ଜଣାଉଛୁ।ଗଜପତି ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମର ଦୁନ୍ଧୁଭି ବାଜିଥିଲା। ଏହି ଜିଲ୍ଲାର ସ୍ୱାନମଧନ୍ୟ ଜଗନ୍ନାଥ ନାରାୟଣ ଦେବ, ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ, ବଲ୍ଲଭ ନାରାୟଣ ରଥ, ପୋକାଲା କନ୍ତାମା ଓ ତାଙ୍କ ସ୍ବାମୀ ପୋକାଲା ସତ୍ୟନାରାୟଣ ୧୯୨୧ ମସିହାରେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼ି ଆଡେ଼ଇ ବର୍ଷ ଜେଲ୍ ରେ କାରାବରଣ କରିଥିଲେ। ସେହିପରି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଜଗନ୍ନାଥ ନାରାୟଣ ଦେବ ଓ ପଣ୍ଡିତ ଯୁଗଳ କିଶୋର ପାଣଗ୍ରାହୀଙ୍କ ପରି ସ୍ୱତନ୍ତ୍ରତା ସୈନିକମାନେ ସ୍ୱାଧୀନତା ମନ୍ତ୍ର ଗାନ କରି ଏହି ମାଟିକୁ ଉଦବୁଦ୍ଧ୍ କରିଯାଇଛନ୍ତି। ଏହାସହିତ କବି ଗୋପାଳକୃଷ୍ଣ ପଟ୍ଟନାୟକ, ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ଗୋପୀନାଥ ନନ୍ଦଶର୍ମା ,ହରିବନ୍ଧୁ ବେବର୍ତ୍ତା ଓ ଶ୍ୟାସୁନ୍ଦର ରାଜଗୁରୁ ପ୍ରମୁଖ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଛନ୍ତି l ଜିଲ୍ଲାର ଅନୁସୂଚିତ ଜନଜାତି ଅଧ୍ୟୁଷିତ ଗଜପତି ଜିଲ୍ଲାର ପଛୁଆ ବର୍ଗଙ୍କୁ ବିକଶିତ ଓଡିଶା, ବିକଶିତ ଭାରତ ର ସାରଥି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପ୍ରଧାମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଅଛି। ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ଅଧାରୁ ପାଠ ଛାଡ଼ିବାରୁ ନିବୃତ୍ତ କରିବାକୁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ପ୍ରଣୟନ କରାଯାଇ ଆବଶ୍ୟକ ବ୍ୟୟବରାଦ କରାଯାଇଛି। ସ୍ୱାଧୀନ ନାଗରିକ ଭାବରେ ଆମେ ସମସ୍ତେ ଏକ ମନ , ଏକ ପ୍ରାଣରେ ଦେଶ ଓ ରାଜ୍ୟ ପାଇଁ କର୍ଯ୍ୟକରିବା। ବିକଶିତ ଓଡିଶା ନିର୍ମାଣ କରି ବିକଶିତ ଭାରତରେ ସ୍ବପ୍ନକୁ ପୂରଣ କରିବା। ନିଶା ମୁକ୍ତ ଭାରତ ପାଇଁ ଆମେ ସମସ୍ତେ ଏକଜୁଟ ହୋଇ ଆମର ଭବିଷ୍ୟତ ଗଡିବା ବୋଲି ବକ୍ତବ୍ୟ ରଖିଥିଲେ। ଆଜିର ଏହି ଉତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା, ଦଶମ ଶ୍ରେଣୀ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ତଥା କ୍ରୀଡ଼ା ଭିତ୍ ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଜିଲ୍ଳା ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ସୁଶ୍ରୀ ସ୍ଵାତୀ ଏସ କୁମାର,ଆରକ୍ଷୀ ଅଧିକ୍ଷକ, ଗଜପତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା -ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ , କମାଣ୍ଡଡ଼ାଣ୍ଟ ୩ୟ ବାଟାଲିୟନ ଶ୍ରୀ ଅଶୋକ କୁମାର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ କାନ୍ତ ମହାନ୍ତି ଓ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଦିଲୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଏହି ଉତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ରୀଡ଼ା, ଦଶମ ଶ୍ରେଣୀ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ତଥା କ୍ରୀଡ଼ା ଭିତ୍ ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜିର ଏହି ପ୍ୟାରେଡ଼ କୁ ଶ୍ରୀ ନିରଞ୍ଜନ ନାୟକ ,ଆର୍.ଆଇ.ଅଫ୍ ପୋଲିସ୍, ପରିଚାଳନା କରିଥିଲେ। ଆଜିର ପ୍ୟାରେଡରେ ମୋଟ ୨୫ ଗୋଟି ଦଳ ଭାଗ ନେଇ ଥିବାବେଳେ ସେଥିମଧ୍ୟରୁ ବରିଷ୍ଠ ବିଭାଗ ପ୍ୟାରେଡ଼ରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ହାସଲକରିଥିଲେ ,ସେହିପରି କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରୀ ଅରୋବିନ୍ଧ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ଦ୍ଵିତୀୟ ସ୍ଥାନ ରେ ସେଣ୍ଟ ଜୋସେଫ କନଭେଣ୍ଟ ପୁରସ୍କୃତ କରାଯାଇଛି। ଜିଲ୍ଲା କାରାଗାର ର ଅନ୍ତେବାସୀ, ଜିଲ୍ଲା ଚିକିତ୍ସାଳୟ ର ଚିକିତ୍ସାଧୀନ ଅନ୍ତେବାସୀ ଓ କୁଷ୍ଠା ଆଶ୍ରମର ଅନ୍ତେବାସୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇଛି । ଏହି ଉତ୍ସବକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ଙ୍କ ତତ୍ଵାବଧାନ ରେ କାର୍ଯ୍ୟକ୍ରମ ଗୁଡ଼ିକୁ ସମ୍ପାଦିତ ହୋଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ବିଭାଗୀୟ ବରିଷ୍ଠ କର୍ମଚାରୀ ନରସିଂହ ବାଜୁବନ୍ଧ, ମନୋଜ ଲିମ୍ମା ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହୋଜଗ କରିଥିଲେ । ପରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଜିଲ୍ଲା ପ୍ରଶାସନ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାବିଦ୍ୟାଳୟ ଠାରେ ଅପରାହ୍ନରେ ବନ୍ଧୁତ୍ବ ପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026