ହଂସପାଳ ଓଭରବ୍ରିଜରେ ନିମ୍ନ ମାନର କାର୍ଯ୍ୟ ଏବଂ କାର୍ଯ୍ୟକ୍ଷମରେ ବିଳମ୍ବ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଧାରଣା ଏବଂ ପ୍ରତିବାଦ

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ସ୍ଥିତ ହଂସପାଳ ବ୍ରିଜ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଯୁବ କଂଗ୍ରେସ ଅଭିଯୋଗ କରିବା ସହ ଧାରଣା ଏବଂ ପ୍ରତିବାଦ ଜଣାଇ ହଂସପାଳ ଓଭରବ୍ରିଜ ନିକଟରେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି । ଯୁବ କଂଗ୍ରେସର ଅଭିଯୋଗ ଥିଲା ଯେ ଦୀର୍ଘ ବର୍ଷଧରି ଏହି ଓଭରବ୍ରିଜର କାର୍ଯ୍ୟ ଶେଷ ନହୋଇ ପଡ଼ିରହିଛି । ଇତି ମଧ୍ୟରେ ଏନଏଚଆଇ କର୍ତୃପକ୍ଷ ପୂର୍ବରୁ କାର୍ଯ୍ୟକରୁଥିବା ଠିକା ସଂସ୍ଥା କୁ ଅହେତୁକ ଅନୁକମ୍ପା ଦେଖାଇଥିବା ବେଳେ ସେ କାର୍ଯ୍ୟ ଶେଷ ନକରି ମୋଟା ଅଙ୍କର ବିଲ କରିନେଇଛି ।

ଉକ୍ତ ଠିକା ସଂସ୍ଥା ବ୍ରିଜେଶ ଅଗ୍ରୱାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଚୁପ ବସିିଛନ୍ତି ଏନଏଚଆଇ କର୍ତୃପକ୍ଷ । ବର୍ତମାନ ଅଭିସ୍ପା କଂନଷ୍ଟ୍ରକସନ କାମର ଦାୟିତ୍ୱ ନେଇଥିବା ବେଳେ ତରବରିଆ ଭାବରେ ନିମ୍ନମାନର କାର୍ଯ୍ୟ କରୁଥିବା ଯୁବ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବାହା ବାହା ନେବାପାଇଁ ତରବରିଆ ଭାବରେ ଗତ କିଛିଦିନ ତଳେ ଏକ ପାଖିଆ ରାସ୍ତାକୁ ଉନ୍ମୋଚନ କରିଥିଲେ ।  

ଯୁବ କଂଗ୍ରେସ ଅଭିଯୋଗ କରିଛିଯେ ଉକ୍ତ ରାସ୍ତାରେ ଦୈନିକ ଦୁର୍ଘଟଣା ଘଟୁଥିବା ବେଳେ ପ୍ରତ୍ୟେକ ଦିନ ଉକ୍ତ ରାସ୍ତାରେ ନାହିଁ ନଥିବା ଭିଡ଼ ହେଉଥିବାରୁ ସାଧାରଣ ଲୋକମାନେ ଗମନାଗମନ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ଯଦି ଉକ୍ତ ଓଭରବ୍ରିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ କାର୍ଯ୍ୟର ମାନ ସଠିକ ନହୁଏ ତାହାଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାପାଇଁ ଯୁବ କଂଗ୍ରେସ ଚେତାବନୀ ଦେଇଛି । ଏହି ଆନ୍ଦୋଳନରେ ରଣଜିତ ପାତ୍ର, ୟାସିର ନୱାଜ, ସୁଦୀପ ସାମଲ, ନିହାର ବେହେରା, ମିର୍ଜ ଇସଲାମ ବେଗ, ଗଣେଶ ଦାଶ, ବିଶ୍ୱଭୂଷଣ ମହାପାତ୍ର, ବାଦଲ ନାୟକ, କିରଣ ସାହୁ, ଶ୍ରୀୟାସ୍ମିତା ପଣ୍ଡା, ସାଗର ପଟ୍ଟନାୟକ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

Exit mobile version