Home ଓଡ଼ିଶା ଓଡିଏମର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ସିବିଏସଇ ଦିଲ୍ଲୀ ଗଭର୍ଣ୍ଣିଂ ବଡିର ସଦସ୍ୟ ଭାବେ ମନୋନୀତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଏମ୍ର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସିବିଏସ୍ଇ, ଦିଲ୍ଲୀର ଗଭର୍ଣ୍ଣିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଭାରତବର୍ଷର ଚାରିଜଣ ବିଶିଷ୍ଟ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ ହେବା ସମଗ୍ର ଓଡିଶା ପାଇଁ ଏକ ବୃହତର ଗର୍ବ ଓ ଗୌରବର ବିଷୟ । ସିବିଏସଇର ବରିଷ୍ଠ ଅଧିକାରୀ ଚିଠି ଦ୍ୱାରା ଭାରତ ସରକାରଙ୍କର ଏହି ମନୋନୟନର ନିର୍ଣ୍ଣୟକୁ ଡ. ମୀନକେତନଙ୍କୁ ଜଣାଇବା ସହିତ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଅବସରରେ ସମଗ୍ର ଭାରତ ତଥା ଓଡିଶାରେ ଥିବା ଓଡିଏମ୍ର ସମସ୍ତ ଅନୁବନ୍ଧିତ ବିଦ୍ୟାଳୟ ତଥା ଅନ୍ୟ ଶିକ୍ଷା ସଂସ୍ଥାନମାନେ ଡ. ମୀନକେତନଙ୍କୁ ଶୁଭକାମନା ଓ ଅଭ୍ୟର୍ଥନା ଜଣାଇଛନ୍ତି । ଡ. ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତଥା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ନିଜର ଗଭୀର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହିତ କହିଛନ୍ତି ଯେ, ବୃହତର ଜନକଲ୍ୟାଣ ନିମିତ ଦେଶରେ ଶିକ୍ଷାର ବିକାଶ ଓ ସମୃଦ୍ଧି ହେତୁ ଏହି ବଡ ଦାୟିତ୍ୱକୁ ସେ ନିଶ୍ଚୟ ହାର୍ଦ୍ଦିକତା ଓ ପ୍ରତିବଦ୍ଧତାର ସହିତ ବହନ କରି ସମ୍ପୂର୍ଣ୍ଣ କରିବେ । ଡ. ମୀନକେତନଙ୍କ ଏଭଳି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ଡଃ ପି.କେ. ଦାସ, ବିତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ୱୟନ୍ ସତ୍ୟେନ୍ଦୁ, ଶିକ୍ଷା-ନିର୍ଦ୍ଦେଶକ ଡ.ଆର୍ତତ୍ରାଣ ମିଶ୍ର ତଥା ସମସ୍ତ କର୍ମକର୍ତା, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକମାନେ ତଥା ସମଗ୍ର ରାଜ୍ୟର ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026 ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ଆବାସିକ ସୁବିଧାରୁ ସହର ବିକାଶ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି by Proprietor Abhimanyu Maharana October 15, 2026 ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026