Home ଓଡ଼ିଶା ରାସ୍ତା ଉପରେ ଜମୁଛି ବର୍ଷ ପାଣି, ନାହିଁ ଡ୍ରେନେଜ ସୁବିଧା , ଯାତାୟତରେ ବ୍ୟାହତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ମୟୂରଝାଲିଆ ରାସ୍ତାର ଚନ୍ଦ୍ରଶେଖରଙ୍କର ମନ୍ଦିର ନିକଟରେ ଥିବା ରାସ୍ତାରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ବର୍ଷା ପାଣି ଜମି ରହିବା ଫଳରେ ଜନସାଧାରଣ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପତିତପାବନଙ୍କ ମନ୍ଦିର ଠାରୁ ହନୁମାନଙ୍କ ମନ୍ଦିର ମଧ୍ୟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ,ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବା ଆସିବା ,ମନ୍ଦିର,ମସଜିଦ ,ପଞ୍ଚାୟତ କାର୍ଯ୍ୟାଳୟ ,ସେବା ସମବାୟ ସମିତି ଓ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟକୁ ପ୍ରତିଦିନ ଲୋକମାନେ ଯିବା ଆସିବା କରୁଛନ୍ତି । ଏପରିକି ଦୈନନ୍ଦିନ ହଜାର ହଜାର ଲୋକ ଗାଡି ମଟର ନେଇ ଯିବା ଆସିବା କରୁଥିବା ବେଳେ ଜଳ ନିଷ୍କାସନ ପାଇଁ କୌଣସି ସୁବିଧା ନଥିବା ଯୋଗୁ ଓ ରାସ୍ତା ଉଚ୍ଚା ହୋଇନଥିବା ଯୋଗୁଁ ଅସରାଏ ବର୍ଷା ହେଲେ ପାଣି ଜମି ରହୁଛି । ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହାର ସ୍ଥାୟୀ ସମାଧାନ କରିବା ପାଇଁ ମୁସଲିମ ସାହିର ସଭାପତି ମୁକ୍ତାର ଖାଁ ,ଶେଖ ସମୀର ,ଶେଖ ଫଇଜଲ ,ମୀର ଜମିର , ରଘୁନାଥ ସାହୁ ଓ ପଞ୍ଚୁଚରଣ ସାହୁ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି ।ସେହିପରି କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଶାସନ ସାହି ରାସ୍ତାରେ ପାଣି ଜମି ରହୁଥିବା ଯୋଗୁଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସ୍ଥାନୀୟ ଲୋକମାନେ ମଣ୍ଡଳ ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁଙ୍କୁ ଭେଟି ଜଣାଇ ଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏଥିରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ସାହୁଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି ବୋଲି କହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026