ବାଣପୁର ତହସିଲଦାର ଶ୍ରୀଯୁକ୍ତ ପଦ୍ମନାଭ ଡୋରା ଏବେ ଚର୍ଚ୍ଚାରେ

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ବାଣପୁର ତହସିଲଦାର ଶ୍ରୀଯୁକ୍ତ ପଦ୍ମନାଭ ଡୋରାଙ୍କର ମହାନତା, ହଁ ଆଜ୍ଞା ଆପଣ ଶୁଣିଲେ ଆର୍ଚଜ୍ୟ ହେଉଥିବେ, ଏବେ ବି ୟେ ଦୁନିଆରେ ମଣିଷ ପଣିଆଁ ବଞ୍ଚିରହିଛି , ହଁ ଆଜ୍ଞା ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଣପୁର ତହସିଲଦାର ଶ୍ରୀଯୁକ୍ତ ପଦ୍ମନାଭ ଡୋରାଙ୍କ ପାଖରେ, ବାଣପୁର ପଲଟନ୍ ପଡିଆ ପାଖରେ ଏକ ଛୋଟ କୁନି ଝିଅଟେ ଏକା ବୁଲୁଥିବାର ଦେଖି ତହସିଲଦାର ଙ୍କର ସନ୍ଧେୟ ହୋଇଥିଲା ସେ ସେ କୁନି ଝିଅଟିକୁ ପାଖକୁ ଡାକି ପଚରା ଉଚରା କରିବାରୁ,

କୁନି ଝିଅଟେ ଏମିତି କିଛି କହିଦେଲା ଯାହା ଶୁଣିଲେ ଆପଣ ଆର୍ଚାଜ୍ୟ ହୋଇଯିବେ, କୁନି ଝିଅଟି କହିଲା ମୋର ବାପା ଏକ ନୂଆ ବୋଉକୁ ନେଇ କୁଆଡେ ଚାଲି ଯାଇଛି ଆଉ ତହସିଲଦାର ସେ ଝିଅଟିକୁ ତାର ମାଁଙ୍କ କଥା ପଚାରିବାରୁ କହିଲା ମୋ ମାଁ ବାଣପୁର ମେଡ଼ିକାଲକୁ ଯାଇଛି ଛୁଆ ଜନ୍ମ କରିବାକୁ , ତାହସିଦାର ଆର୍ଚଯ୍ୟ ହୋଇ ସେଇ କୁନି ପିଲାଟିକୁ ନିଜ ଘରକୁ ନେଇଗଲେ ତାକୁ କିଛି ଖାଇବାକୁ ଏବଂ ପିନ୍ଧିବାକୁ ଦେଇ ଚାଇଲ୍ଡ ଲାଇନ୍ କୁ ହସ୍ତାନ୍ତର କରି ସଙ୍ଗେ ସଙ୍ଗେ ବାଣପୁର ମେଡ଼ିକାଲକୁ ଯାଇ ବୁଝିବାରୁ ବାଣପୁର ମେଡ଼ିକାଲ କର୍ତୁପକ୍ଷ କହିଲେ ତାକୁ ଆମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ପଠାଇ ଦେଇଛୁ,

ସେଠୁ ତହସିଲ ଦାର ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ଯାଇ ଦେଖିବାରୁ ସେ କୁନି ଝିଅର ମାଁ ଏକ ନବଜାତ ଶିଶୁକୁ ଜନ୍ମଦେଇ ସାରିଲେଣି ଏବଂ ବୁଝାବୁଝି କରିବାରୁ ସେ ମହିଳା ଜଣଙ୍କ ଭଦ୍ରକ ଜିଲ୍ଲା ଧାମନଗରର, କୋବଳ ପଂଚାୟତର, କୋରିଙ୍ଗା ଗ୍ରାମର, 2 ନମ୍ବର ୱାର୍ଡର ମାମା ଦାସ, ପିତା -ସୁର ଦାସ, ତେଣୁ ତହସିଲ ଦାର୍ ମହିଳା ମାମା ଦାସ ଓ ତାଙ୍କ 3 ପିଲାଙ୍କୁ ଚାଇଲ୍ଡ ଲାଇନ୍ କୁ ହସ୍ତାନ୍ତର କରି ମାମା ଦାସଙ୍କୁ ତାଙ୍କ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଛନ୍ତି !!

Exit mobile version