ପୁରୀ ଛାତ୍ର କଂଗ୍ରେସ ତରଫରୁ …

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ   :->  ପୁରୀ ପୁରୀ  ଛାତ୍ର କଂଗ୍ରେସ ତରଫରୁ ହୋଟେଲ ଅନନ୍ୟା ରିସର୍ଟ ନିକଟରେ ଭିଆଇପି ରୋଡ ସ୍ଥିତ ଛାତ୍ର କଂଗ୍ରେସ ନେତା ସାହିଲ ମହାନ୍ତି, ଜଗଦୀଶ ରାଉତ, ହେମନ୍ତ ପ୍ରଧାନ, ସାହିଲ ପୃଷ୍ଟି, ସମ୍ବିତ ପ୍ରଧାନ, ଲକ୍ଷ୍ମୀକାନ୍ତ ନାୟକ, ବିକାଶ ବିଶ୍ୱାଳ, ସିପୁନ ସ୍ୱାଇଁ ଙ୍କ ନେତୃତ୍ୱ ରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ

କୋଲକାତା ରେ ହୋଇଥିବା ହୃଦୟ ବିଦାରକ ଗଣଧର୍ଷଣ ମାମଲା ରେ ଜଡିତ ସମସ୍ତ ଦୋଷୀ ଙ୍କୁ ତୁରନ୍ତ କଠିନ ଦଣ୍ଡବିଧାନ ପ୍ରଦାନ କରି ଡାକ୍ତର ମୌମିତା ଦେବନାଥ ଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ l ଏହି ଘୁର୍ଣ୍ଣ କାର୍ଯ୍ୟକୁ ନିନ୍ଦା କରି ପୁରୀ ଛାତ୍ର କଂଗ୍ରେସ ତରଫରୁ ମହମବତୀ ଜାଳି ମୌମିତା ଙ୍କୁ ନ୍ୟାୟ ପାଇଁ ନିରବ ପାର୍ଥନା କରିଥିଲେ l

Exit mobile version