Home ଓଡ଼ିଶା ଶ୍ରୀମନ୍ଦିରରେ ରାଖୀ ପୂର୍ଣ୍ଣିମା ଜଗା ବଳିଆ ପିନ୍ଧିବେ ରାଖୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବେ ପାଳିତ ହେବ ରାଖୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ନୀତି । ଭଉଣୀ ସୁଭଦ୍ରା ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ହାତରେ ରାଖୀ ବାନ୍ଧିବେ । ଶ୍ରୀଜଗନ୍ନାଥଙ୍କ ହାତରେ ଦୁଇଟି ଓ ଶ୍ରୀବଳଭଦ୍ରଙ୍କ ହାତରେ ଦୁଇଟି ଏପରି ୪ଟି ରାଖୀ ପାଟରା ସେବାୟତ ପ୍ରସ୍ତୁତି କରୁଛନ୍ତି । ଚିତାଲାଗି ଅମାବାସ୍ଯା ଠାରୁ ରାଖୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଖୀ ନିର୍ମାଣ ପାଇଁ ପାଟରା ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି । ବାସୁଙ୍ଗା ପାଟକୁ ହଳଦିଆ, ନାଲି, ନେଳି ଓ ବାଇଗଣି ରଙ୍ଗରେ ରଙ୍ଗୀନ କରାଯାଇ ମାପ ଅନୁସାରେ କାଟି ଗୋଲେଇ କରାଯାଇଛି । ୪ଟି ଗୁଆମାଳ ପ୍ରସ୍ତୁତ କରାଯାଇଛି । ପ୍ରତି ଗୁଆମାଳରେ ୫୪ଟି ଗୁଆମାଳ ରହିଛି । ଶ୍ରୀ ଜଗନ୍ନାଥଙ୍କୁ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଓ ଶ୍ରୀବଳଭଦ୍ରଙ୍କୁ ନେଳି ଓ ବାଇଗଣି ରଙ୍ଗର ଗୁଆମାଳ ପିନ୍ଧାଇ ଦିଆଯିବ । ବାସୁଙ୍ଗା ପାଟରେ ୧୫ଟି ଛୋଟ ରାଖୀ ପ୍ରସ୍ତୁତ କରାଯାଇଛି । ଏହାକୁ ପାର୍ଶ୍ବ ଦେବାଦେବୀ ପରିଧାନ କରିବେ । ଦୋଳମଣ୍ଡପ ସାହିର ପାଟରା ବିଶୋୟୀ ସନ୍ତୋଷ କୁମାର ପାତ୍ର ମହାପ୍ରଭୁଙ୍କ ରାଖୀ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତ କୁମାର ପାତ୍ର ସହଯୋଗ କରୁଛନ୍ତି । ପବିତ୍ରତା ଓ ନିଷ୍ଠାର ସହ ରାଖୀ ପକରି ନିଜକୁ ଧନ୍ଯ ମନେ କରନ୍ତି ପାଟରା ବିଶୋୟୀ ସେବକ । Categories: ଓଡ଼ିଶା, ପୁରୀ, ହୋମ୍ Related Content ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026 ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ by Proprietor Abhimanyu Maharana August 10, 2026 ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ by Proprietor Abhimanyu Maharana August 10, 2026