କୃଷକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ କୃଷକମୋର୍ଚା ସଦାସର୍ବଦା ପ୍ରସ୍ତୁତ – ରାଜ୍ୟ କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ପରିମାଣରେ କୃଷିଜାତ ଦ୍ରବ୍ୟ ର ଅଭାବୀକରଣ ଓ ସାର କଳାବଜାରୀ ଏବଂ କୃଷି ବିଭାଗୀୟ ଅଧିକାରୀ ଙ୍କ ନିରବ ଦଷ୍ଟା ସମ୍ପର୍କ ରେ ବିଭିର୍ନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ରାଜ୍ୟ କୃଷକମୋର୍ଚା ସଭାପତି ଙ୍କର ଅଚାନକ ଗସ୍ତ ଖବର ପାଇଁ ଜିଲ୍ଲା କୃଷିଅଧିକାରୀ ଙ୍କ ତତ୍ପରତା ଦେଖିବାଳୁ ମିଳିଛି l ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକୁ ସମୀକ୍ଷା କରିବା ସହିତ କୃଷକମାନଙ୍କ ସମସ୍ୟାକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ବିଜେପି କୃଷକ ମୋର୍ଚା ବରିଷ୍ଟ କର୍ମକର୍ତ୍ତାମାନେ ପୁରୀ ଜିଲ୍ଲା ନିମାପଡା ଗୋପ କୋଣାର୍କ କାକଟପୁର ଆଦି ଅଞ୍ଚଳ ପରିଦର୍ଶନ l ପ୍ରଥମେ ଗୋପ ବ୍ଲକ ର କିଛି ପଞ୍ଚାୟତ ର କୃଷକ ଙ୍କ ସମସ୍ୟା ସମ୍ପର୍କ ରେ ଅବଗତ ହୋଇଥିଲେ l

ରାଜ୍ଯ ସଭାପତି, ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଓ ପୁଲିନ ପୁହାଣ ଉପ ସଭାପତି, ପ୍ରଶାନ୍ତ ସ୍ବାଇଁ (ଲୁଲୁ ) ସମ୍ପାଦକ ,ସୁଦର୍ଶନ ବିଶ୍ଵାଳ ରାଜ୍ୟ ସଂଯୋଜକ ଙ୍କୁ ଗୋପ ଜଳସମ୍ପଦ ଡାକବଙ୍ଗଳ ଠାରେ ଗୋପ ବିଜେପି ମଣ୍ଡଳ ଯୁବମୋର୍ଚା ସଭାପତି ଙ୍କ ନେତୃତ୍ୱ ଏରବଙ୍ଗ ପଞ୍ଚାୟତ ର ଶତାଧିକ ଚାଷୀଙ୍କ ସମସ୍ୟା ସମ୍ପର୍କ ରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ l ସାର ର ଅଭାବୀ ଓ କଳାବଜାରୀ ରୋକିବା ପାଇଁ ବ୍ଲକ କୃଷି ଅଧିକାରୀ ଙ୍କୁ ତାଗିଦ କରିଥିଲେ ମହେଶ୍ୱର ସାହୁ l ଗୋପ ସବ ଡିଭିଜନ ଅଧିନସ୍ତ ତଳିଆ ଅଞ୍ଚଳ ରେ କେନାଲ ପାଣି ପହଞ୍ଚି ପାରୁନଥିବା ସମ୍ପର୍କ ଶ୍ରୀଯୁକ୍ତ ସାହୁ ଙ୍କୁ ସ୍ଥାନୀୟ କୃଷକ ମାନେ ଅଭିଯୋଗ କରିଛନ୍ତି l

କିପରି ଉଭୟ ଚାଷ ସଠିକ ରୂପେ କରିପାରିବେ କୃଷକମାନେ ସେଥିପାଇଁ ବରିଷ୍ଠ କୃଷି ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ଶ୍ରୀ ସାହୁ ଉପସ୍ଥିତ କୃଷକ ଓ ଦଳୀୟ ନେତୃତ୍ୱ ଙ୍କୁ କହିଥିଲେ l ଗୋପ ରୁ କୋଣାର୍କ ଅଭିମୁଖେ ଯିବା ବାଟରେ ବନାଖଣ୍ଡି ପଞ୍ଚାୟତ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ଥାନୀୟ ମହିଳା ସରପଞ୍ଚ ପ୍ରଜ୍ଞ୍ୟାପାରମିତା ନାୟକ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇ କୋଣାର୍କ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ସହିତ ନିମାପଡା ଓ କାକଟପୁର ବିଧାନସଭା ର ବରିଷ୍ଠ କର୍ମକର୍ତ୍ତା ଙ୍କ ସହିତ ବିଭିର୍ନ୍ନ ପ୍ରକାର ସମସ୍ୟା ସମ୍ପର୍କ ରେ ଅବଗତ ହୋଇଥିଲେ l ତାପରେ ସେଠାରୁ କାକଟପୁର ଗସ୍ତ କରିଥିଲେ ମା ମଙ୍ଗଳା ଙ୍କ ଦର୍ଶନ କରି ଭୁବନେଶ୍ୱର ଫେରିଥିଲେ l

Exit mobile version