ସମଗ୍ର ରାଜ୍ୟରେ ନୟାଗଡ ଜିଲ୍ଲା +୨ ବିଜ୍ଞାନ ରେଜଲ୍ଟରେ ପ୍ରଥମ ; ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ ଅରୁଣ

ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ନୟାଗଡ :- ଗତ କିଛି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୟାଗଡ ଜୁନିଅର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଜିଲ୍ଲା ପାଇଁ ରାଜ୍ୟରେ ଗର୍ବ ଆଣି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ , ଅଧ୍ୟାପିକା ସମେତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ।

ରାଜ୍ୟରେ ନୟାଗଡ଼ ଜିଲ୍ଲା ପୁଣି ପାସ ହାରରେ ପ୍ରଥମ ସ୍ଥାନ ହାସଲ କରି ବାଜିମତ କରିଛି । ନୟାଗଡ଼ ଜିଲ୍ଲାର ପାସ ହାର ୮୬.୫୧ ପ୍ରତିଶତ ଥିବା ବେଳେ ରାଜ୍ୟରେ ରହିଛି ୭୦.୨୧ ପ୍ରତିଶତ। ନୟାଗଡ଼ ଜିଲ୍ଲାର ଉମେଶ ଦାସ ୫୪୬ ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। ତାଙ୍କ ପଛକୁ ୫୪୧ ମାର୍କ ରଖି ସ୍ୱାତୀ ପ୍ରକୃତି ଦାଶ ଦ୍ୱିତୀୟ ଟପର ହୋଇଛନ୍ତି। ଉଭୟ ଛାତ୍ରଛାତ୍ରୀ ନୟାଗଡ଼ କନିଷ୍ଠ ସ୍କୁଲର । ସେମାନଙ୍କର ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ । (ରିପୋର୍ଟ- ଅଭିମନ୍ୟୁ / ରାମକୃଷ୍ଣ ରଥ)

Exit mobile version