ମାହାଙ୍ଗା ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଘଟଣା ପଛରେ କିଏ ..? ପୁଲିସ ନା ଆଉକିଏ

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଘଟଣା ପଛରେ କିଏ ? ପୁଲିସ ନା ଆଉକିଏ, ଅଭିଯୁକ୍ତ ଙ୍କ ବୟାନବାଜିକୁ ନେଉ ଉଠିଲା ବଡ଼ ପ୍ରଶ୍ନ, ଆତ୍ମାହୁତି ମହିଳା ମେଡିକାଲ ଯିବା ପୂର୍ବରୁ ନିଜେ ଆତ୍ମହତ୍ୟା କରିଥିବା କଥା କହୁଥିବା ବେଳେ ଏବେ କଟକ ବଡ଼ ମେଡିକାଲରେ ପୁଣି ବଦଳେଇଛନ୍ତି ନିଜର ବୟାନ,

ତାଙ୍କୁ ଜାଳିଦିଆଯାଇଥିବା ଏକ ବୟାନରେ ଶୁଣିବାକୁ ମିଳୁଛି, ଏହି ବୟାନ ବାଜି ଘଟଣା ପଛରେ କିଏ କରୁଛି ଖେଳ, କାହା ଇଙ୍ଗିତରେ ହେଉଛି ଏପରି ବୟାନ ବଦଳା ଘଟଣା, କିଏ ଆଉ କାହିଁକି ସ୍ୱାର୍ଥ ହାସଲ ପାଇଁ ମହିଳାଙ୍କୁ ବଳି ପକେଉଛି, ସବୁ କଥାକୁ ତର୍ଜମା କଲେ ସମ୍ପୂର୍ଣ୍ଣ ଏହି ଘଟଣା ପଛରେ କିଏ ଲୁଚି ରହି ଘଟଣାକୁ ଦେଉଛି ରୂପ ରେଖ,

ଥାନା ପରିସରରେ ଚୋରି ଅଭିଯୁକ୍ତ ମାନେ ଚୋରି ଘଟଣାକୁ ସ୍ୱୀକାର କରିଥିବା କିଛି ଗଣମାଧ୍ୟମକୁ ବୟାନ ଦେଇଥିଲେ ,ପରନ୍ତୁ ଆତ୍ମାହୁତି ଘଟଣା ପରେ ପୁଣି ଅଭିଯୁକ୍ତ ମାନେ ନିଜର ବୟାନ ବଦଳାଇ ପୁଲିସ ମାଡ଼ ମାରିଥିବାରୁ ବାଧ୍ୟ ହୋଇ ଚୋରି କରିଥିବା ସ୍ୱୀକାର କରିଥିବା କଥା କହିଛନ୍ତି,

ତେବେ ଏହି ମତ ବଦଳ ପଛରେ କିଏ ବୋଲି ସାଧାରଣରେ ବଡ଼ ପ୍ରଶ୍ନବାଚୀ ଉଠାଇଛି, ପିଡିତା ମହିଳାଙ୍କ କଲ ରେକର୍ଡ ଓ ଥାନା ସିସି ଟିଭି ଯାଞ୍ଚ କରାଗଲେ ପ୍ରଚ୍ଛଦ ପଟର ମୁଖ୍ୟ ଖଳନାୟକ ସାମ୍ନାକୁ ଆସିବା ସହ ସତ୍ୟାସତ୍ୟ ଉନ୍ମୋଚନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି l

Exit mobile version