Home ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସ୍ଵାଧିନତା ଦିବସ ପ୍ୟାରେଡ ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚନା ୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ୭୮ତମ ସ୍ଵାଧିନତା ଦିବସ କାର୍ଯ୍ୟକ୍ରମ ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଜ୍ଞାପନ ମେଢ଼ ପାଇଁ ଶ୍ରେଷ୍ଠ ବିବେଚନା ହେଇଛି I ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରଜ୍ଞାପନ ମେଢ଼ କୁ ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଓ ଡ଼ିଟିଇଟି ଓଡ଼ିଶା,କଟକ ର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଗ୍ରହଣ କରିଛନ୍ତି I ସୂଚନା ଯୋଗ୍ୟ ଯେ ସରକାରଙ୍କ ପ୍ରଚଳିତ ସୁଦକ୍ଷା ଯୋଜନାରେ ସମସ୍ତ ସରକାରୀ ଆଇ.ଟି.ଆଇ ଗୁଡ଼ିକରେ ସମସ୍ତ ବର୍ଗ ର ବାଳିକା ମାନଙ୍କୁ ଟ୍ୟୁସନ ଦେୟ ଛାଡ଼ କରାଯାଇଛି । ଏହା ବାଦ ବାଳିକା ମାନଙ୍କୁ ଉନ୍ନୟନ ଏବଂ ଅନ୍ୟାନ୍ୟ ଦେୟ ପ୍ରତିପୂରଣ କରାଯାଏ । ସୁଦକ୍ଷା ସ୍କିମ ଅନ୍ତର୍ଗତ ଛାତ୍ରୀନିବାସରେ ରହି ଅଧ୍ୟୟନ କରୁଥିବା ବାଳିକା ମାନଙ୍କୁ ମାସିକ ଟଙ୍କା ୧୫୦୦/- ତଥା ଅନ୍ୟ ମାନଙ୍କୁ ଟଙ୍କା ୫୦୦/- ରକ୍ଷଣାବେକ୍ଷଣ ଭତ୍ତା ଦିଆଯିବା ସହ ପ୍ରଶିକ୍ଷଣ ଉପରାନ୍ତ ନିୟୋଜନ ତଥା ରାଜ୍ୟ ଭିତରେ ଓ ବାହାରେ ଶିକ୍ଷାନବିସ ତାଲିମର ସୁବିଧା ପ୍ରଦାନ କରାଯାଉଛି । ଏହି ଯୋଜନାରେ ୨୦୨୩-୨୪ ବର୍ଷ ରେ ବାଳିକା ମାନଙ୍କ ଯୋଗଦାନ ୩୧% ରେ ପହଞ୍ଚିଛି। ଆଗାମୀ ଦିନରେ ଏହି ସୁଦକ୍ଷା ଯୋଜନା ରାଜ୍ୟ ର ବାଳିକା ମାନଙ୍କ ପାଇଁ ଆହୁରି ଫଳପ୍ରଦ ହେବ ବୋଲି ଆଇ ଟି ଆଇ ପ୍ରଶିକ୍ଷକ ସଙ୍ଘ ଆଶାବାଦୀ । ୨୦୨୪-୨୫ ବର୍ଷ ରେ ଡ଼ିଜିଟି, ନୁଆ ଦିଲ୍ଲୀ ଦ୍ୱାରା ପ୍ରକାଶିତ ୧୫୯୯୯ ଆଇଟିଆଇ ଗ୍ରେଡ଼ିଂ ରେ ବଡବିଲ ସରକାରୀ ଆଇଟିଆଇ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି l ସେହିପରି ୨୦୨୩-୨୪ ସର୍ବଭାରତୀୟ ଟ୍ରେଡ଼ ପରୀକ୍ଷାରେ ଶ୍ରେଷ୍ଠସ୍ଥାନ ଅଧିକାର କରିଥିବା ପି କୁମାର, ସରକାରୀ ଇଲେକ୍ଟ୍ରୋନିକ୍ସ ମେକାନିକ ଟ୍ରେଡ଼ , ଅନୁରାଗ ମାଇକେଲ ଆଡିଟିଭ ମାନୁଫେକ୍ଚରିଂ ଟେକନିସିଆଁନ-3D ପ୍ରିଣ୍ଟିଂ ଟ୍ରେଡ଼ ପାଇଁ ଓ ପ୍ରିତମ ଦାସ ଙ୍କୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମ ରେ ବର୍ଷ ୨୦୨୩-୨୪ ପାଇଁ ଶ୍ରେଷ୍ଠ ଆଇଟିଆଇ ଭାବେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବ୍ରହ୍ମପୁର ପୁରସ୍କୃତ ହେଇଛି I ଏହି ଘୋଷଣା ପ୍ରକାଶ ପାଇବା ପରେ ଓଡିଶା ଆଇ ଟି ଆଇ ପ୍ରଶିକ୍ଷକ ସଂଘର ପ୍ରତ୍ୟେକ ସଦସ୍ୟ ସଦସ୍ୟା ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ବିଭାଗର ମୁଖ୍ୟ ଶାସନ ସଚିବ , ନିର୍ଦ୍ଦେଶକଙ୍କୁ ସଂଘର ଉପଦେଷ୍ଟା ଶ୍ରୀ ପ୍ରଭାତ ମହାନ୍ତି, ସଭାପତି ଶ୍ରୀ କାନ୍ତିରଞ୍ଜନ ସାହୁ ଓ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ମଲ୍ଲ ଅଭିନନ୍ଦନ ଜଣାଇଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଫାଓ ଫୁଟବଲ ଲିଗ୍ରେ ଓଡ଼ିଶା ପୋଲିସ ଚମ୍ପିଆନ୍ : ସଫଳ ଓଡ଼ିଶା ପୋଲିସ ଟିମ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 18, 2026 ଜିଲ୍ଲାସ୍ତରୀୟ ୩ୟ ଡାକ ମେଳା ଉଦଘାଟିତ by Proprietor Abhimanyu Maharana August 18, 2026 S. I. R-2026 ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ by Proprietor Abhimanyu Maharana August 18, 2026 ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା by Proprietor Abhimanyu Maharana August 17, 2026 ରଣପୁର ବ୍ଲକ ରାଜସୁନାଖଳା, ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ by Proprietor Abhimanyu Maharana August 17, 2026 Mother’s Public School Unveils State-of-the-Art Sports Hub in Bhubaneswar to Pioneer Athletic Excellence in Odisha by Proprietor Abhimanyu Maharana August 17, 2026