ରାଜଧାନୀ ଭୁବନେଶ୍ୱରରେ ୫୦ ହଜାରରୁ ୬୦ ହଜାର ଅନୁପ୍ରବେଶକାରୀଙ୍କୁ ଆଡ୍ଡା ଜମାଇଛନ୍ତି
୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଶାରେ ପ୍ରାୟ ୪ ରୁ ୫ ଲକ୍ଷ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀ ରହୁଛନ୍ତି । ସେମାନଙ୍କୁ ତୁରନ୍ତ ଚିହ୍ନଟ କରିବା ସହିତ ସେମାନେ ପାଉଥିବା ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗକୁ ତୁରନ୍ତ ବନ୍ଦ କରାଯିବା ଲାଗି ଭାରତ ସୁରକ୍ଷା ମଞ୍ଚ ଶୁକ୍ରବାର ଦିନ ଦାବି କରିିଛି । ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମଳନୀରେ ଭାରତ ସୁରକ୍ଷା ମଞ୍ଚର ରାଷ୍ଟିୟ ମହାସଚିବ ଡାକ୍ତର ଅଶୋକ ଆଚାର୍ଯ୍ୟ କହିଛନ୍ତି ଯେ ଭାରତରେ ଅସ୍ଥିରତା ସୃଷ୍ଟି କରୁଥିବା କିଛି ଆନ୍ତରାଷ୍ଟ୍ରିୟ ମୌଳବାଦୀ ଇସଲାମିକ୍ ସଂଙ୍ଗଠନ ସେମାନଙ୍କୁ ସଙ୍ଗଠିତ ଉପାୟରେ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ମୁସଲମାନଙ୍କୁ ଓଡିଶା ସମେତ ଭାରତର ଅନେକ ରାଜ୍ୟକୁ ପଠାଉଛନ୍ତି ।
ଏମାନେ ସ୍ଥାନୀୟ ରାଜନେତାମାନଙ୍କ ସହାୟତାରେ ଭୋଟର ପରିଚୟ ପତ୍ର ତଥା ଆଧାରକାର୍ଡ ତିଆରି କରି ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗ ପାଉଛନ୍ତି । ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଚୋରୀ, ଡକାୟତି, ହିନ୍ଦୁ ଦେବାଦେବୀ ମୂର୍ତିଚୋରୀ, ତସ୍କରି ଓ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବହୁ ସମୟରେ ଦେଖାଯାଇଛି । ଯେଉଁ ରାଜନେତାମାନେ ରାଜନୈତିକ ସ୍ୱାର୍ଥ ଲାଗି ଏଭଳି ଦେଶ ବିରୋଧୀ ତତ୍ତ୍ୱମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସାମ୍ପ୍ରତିକ ପରିସ୍ଥିତି ରେ ଯେଉଁଭଳି ଭାବେ ଜିହାଦି ମାନସିକତା ରଖୁ ଥିବା ସଂଗଠନ ଗୁଡ଼ିକ ପକ୍ଷରୁ ଭାରତରେ ବ୍ୟାପକ ଭାବେ ଅନୁପ୍ରବେଶକାରୀମାନଙ୍କୁ ସୁଚିନ୍ତିତ ଭାବେ ସେମାନଙ୍କ ଦେଶରୁ ବିସ୍ଥାପିତ କରାଇ ଭାରତରେ ପ୍ରବେଶ କରାଯାଉଛି, ତାହା ଅତ୍ୟନ୍ତ ଜଘନ୍ୟ ଘଟଣା ।
