ଛଇତନା ଗ୍ରାମ ପଞ୍ଚାୟତରେ ଜାତୀୟ ପତାକା କୁ ଅସମାନ କଲେ ସରପଞ୍ଚ 

୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ  :-> ଗତକାଲି ଦେଶବାସୀ ବେଶ ଧୁମ୍ ଧାମରେ ୭୮ ତମ ସ୍ବାଧିନତା ଦିବସ ପାଳନ କରିଥିବା ବେଳେ ବିଭିନ୍ନ ସ୍କୁଲ୍ , କଲେଜର ଛାତ୍ରଛାତ୍ରୀ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ମଧ୍ଯ ପାଳନ କରାଯାଇଥିଲା ବେଳେ ଗୋପ ବ୍ଲକ ଛଇ ତନା ପଞ୍ଚାୟତ କାର୍ଯ୍ୟଳୟ ପରିସର ମଧ୍ୟରେ ପଞ୍ଚାୟତ ସରପଞ୍ଚ ଙ୍କ ଜାତୀୟ ପତାକା କୁ ଅସନମାନ କରିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ।ସୂଚନା ରୁ ପ୍ରକାଶ ଯେ ଗୋପ ବ୍ଲକ ଅନ୍ତର୍ଗତ ଛଇତନା ପଞ୍ଚାୟତ ଅଫିସ୍ ମଧ୍ୟରେ ଜାତୀୟ ପତକା ଉତ୍ତୋଳନ ସ୍ଥାନୀୟ ସରପଞ୍ଚ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମହିଳା ମହାସଂଘର ସଦସ୍ୟମାନଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।ସବୁଠାରୁ ଆଶ୍ଚର୍ୟ୍ଯ ଜନକ ଘଟଣା ଭାବେ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଦ୍ଵାରା ଉତ୍ତୋଳନ ହୋଇଥିବା ଜାତୀୟ ପତକାଟିକୁ ତ୍ରୁଟିପୂର୍ଣ୍ଣ ଭାବେ ବ୍ୟବହାର କରାଯାଇଥିବା ବେଳେ ଉକ୍ତ ଫଟୋକୁ ସରପଞ୍ଚ ମହାଶୟା ନିଜ ସୋସିଆଲ ମିଡିଆ( ହ୍ଵାଟ୍ସସପ )ରେ ପୋଷ୍ଟ କରିବା ପରେ ଜାତୀୟ ପତକାକୁ ଅସମ୍ମାନ ଘଟଣା ଜଣାପଡିବା ପରେ ବୁଦ୍ଧିଜୀବୀ ଦେଶପ୍ରମି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ଅନେକ ସାମାଜିକ କର୍ମୀ ଟିୟୁଟି ମାଧ୍ଯମରେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତି ରାଜ ବିଭାଗ ଓଡ଼ିଶା, ଜିଲ୍ଲାପାଳ ପୁରୀ ତଥା ଗୋପ ବିଡିଓ ଙ୍କ ନିକଟରେ ଅଭିଯୋଗ କରି ଜାତୀୟ ପତାକାକୁ ଅସମ୍ମାନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ସରପଞ୍ଚଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

Exit mobile version