୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ତଥା ଜାତୀୟ ଅଇନସେବା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ସଞ୍ଜୀବ ଖାନ୍ନା ଭୁବନେଶ୍ୱର ଗସ୍ତରେ ଆସି ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାର ପରିଦର୍ଶନ କରିଛନ୍ତି । ସେଠାରେ ଅନ୍ତେବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନସେବା କେନ୍ଦ୍ର ପରିଦର୍ଶନ କରିବା ସହ ଅନ୍ତେବାସୀମାନଙ୍କର ଆଇନଗତ ସମସ୍ୟା ଓ ନିରାକରଣ, ସ୍ୱାସ୍ଥ୍ୟ, ଖାଦ୍ୟ, ଚିକିତ୍ସା, ପରିମଳ ଏବଂ ସାମଗ୍ରିକ ବ୍ୟବସ୍ଥା ସଂପର୍କରେ ପଚାରିବୁଝିଥିଲେ । ଏହାପରେ ସେ ଆଇନସେବା ପ୍ରାଧିକରଣଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ଗସ୍ତ କରି ସେଠାରେ ଆଇନସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରତିପକ୍ଷ ଓକିଲଙ୍କ ସହ ଉନ୍ନତ ମାନର ସେବା ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।
