Home ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପ୍ରଭାବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ରାଜ୍ୟର ଚାଉଳ ବାବଦ ବକେୟା ଅଢେଇ ହଜାର କୋଟି ପ୍ରଦାନ କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିକଟରେ ଚାରି ଦିନିଆ ଦିଲ୍ଲୀ ଗସ୍ତର ଶେଷ ଦିନରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ, ନୂଆ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ସାଧାରଣ ବଣ୍ଟନ ନିମନ୍ତେ ଚାଉଳ ବାବଦକୁ ଥିବା ରାଜ୍ୟର ବକେୟା ଅର୍ଥକୁ ପ୍ରଦାନ କରିବାକୁ ଦାବି କରିଥିଲେ । ଶ୍ରୀ ଯୋଶୀ ଏହାକୁ ବିଚାରକୁ ନେଇ ଅଢେଇ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଚାଉଳର ୨୦ ପ୍ରତିଶତ ଗହମ ପ୍ରଦାନ ଓ ଚାଉଳ ସଂରକ୍ଷଣ ପାଇଁ ଗୋଦାମ ଗୃହ ପ୍ରତିଷ୍ଠାରେ ରାଜ୍ୟକୁ ସହଯୋଗ କରିବାକୁ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏଥିସହ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଯୋଶୀ ଏ ସମ୍ବନ୍ଧରେ ସମସ୍ତ ସହଯୋଗ ପ୍ରଦାନ କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଏହି ଚାରି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ସେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କରେ ଉପସ୍ଥାପନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ଆବାସିକ ସୁବିଧାରୁ ସହର ବିକାଶ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି by Proprietor Abhimanyu Maharana October 15, 2026 ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026