Home ଓଡ଼ିଶା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୧୩୧ ତମ ବୈଠକ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପ୍ରଦୂଷଣ ନିୟନ୍ତ୍ରଣ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସ୍ୱଚ୍ଛ ବାୟୁ, ନିରାପଦ ପିଇବା ପାଣି ଓ ସୁସ୍ଥ ପରିବେଶରେ ବଂଚିବା ସହ ନିରନ୍ତର ବିକାଶ ଧାରାରେ ଆଗକୁ ବଢ଼ିବାରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାୟୁର ସ୍ୱଚ୍ଛତା, ଶିଳ୍ପ କାରଖାନାରୁ ନିର୍ଗତ ଧୂଆଁ, ବିଭିନ୍ନ ପ୍ରଦୂଷଣ ସୃଷ୍ଟିକାରୀ ବାଷ୍ପ, ବର୍ଜ୍ୟ ବସ୍ତୁ ସମେତ ନଦୀ, ହ୍ରଦ, ପୋଖରୀ, ଭୂତଳ ଜଳ ଓ ସମୁଦ୍ର ଇତ୍ୟାଦିର ଜଳ ଉପରେ ନଜର ରଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ପରାମର୍ଶ ଦେଇଥାଏ । ବିକଶିତ ଜ୍ଞାନ କୌଶଳ ଦ୍ୱାରା ଏବେ ରିୟଲ-ଟାଇମ୍ ପଦ୍ଧତିରେ ଦୁର୍ଗମ ସ୍ଥାନରୁ ପରିବେଶର ଗୁଣବତ୍ତା ଉପରେ ନଜର ରଖିବା ସମ୍ଭବ ହୋଇପାରୁଛି । ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ଏହାର ନିରୀକ୍ଷଣ ତଥା ତଦାରଖ ବ୍ୟବସ୍ଥା ବୋର୍ଡର ପ୍ରମୁଖ କାର୍ଯ୍ୟ ହୋଇଥିବା ବେଳେ ଏହାକୁ ଅଧିକ ପ୍ରଭାବୀ କରିବା ପାଇଁ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବାକୁ ଆଜି ମୁଖ୍ୟ ଶାସନ ସଚିବ ତଥା ଓଏସପିସିବିର ଅଧ୍ୟକ୍ଷ ଶ୍ରୀ ମନୋଜ ଆହୁଜା ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ୧୩୧ ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ବୋର୍ଡର ବିଭିନ୍ନ କାର୍ଯ୍ୟ ସଂପର୍କରେ ସମୀକ୍ଷା ପୂର୍ବକ ଓଏସପିସିବିକୁ ବିଭିନ୍ନ କ୍ଷେତ୍ରରେ ରହୁଥିବା ପରିବେଶ ସମସ୍ୟାର ସମାଧାନ ପାଇଁ ବ୍ୟାପକ ରଣନୀତି ପଦ୍ଧତି ପ୍ରସ୍ତୁତି ଓ ତାହାକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ କେ. ମୁରୁଗେସନଙ୍କ ସମେତ ବୋର୍ଡର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ତା ୨୯.୨.୨୦୨୪ ରେ ଅନୁଷ୍ଠିତ ବୋର୍ଡର ୧୩୦ ତମ ପରିଷଦ ବୈଠକର ନିଷ୍ପତ୍ତି ଓ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ଏବଂ ୨୦୨୨-୨୩ ଓ ୨୦୨୩-୨୪ ର ବାର୍ଷିକ ବିବରଣୀ ବୋର୍ଡର ଅନୁମୋଦନ ପାଇଁ ଉପସ୍ଥାପିତ ହୋଇଥିଲା । ତତ୍ ସହିତ ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡକୁ ପାଣ୍ଠି ଅନୁମୋଦନ ଓ ଖର୍ଚ୍ଚ ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବୈଠକରେ ବୋର୍ଡ ଅଧୀନରେ ପରିବେଶ ନିରୀକ୍ଷଣ ଏବଂ ତଥ୍ୟ ବିଶ୍ଳେଷଣ କେନ୍ଦ୍ର ( ସେଣ୍ଟର ଫର ଏନଭିରନମେଣ୍ଟ ମନିଟରିଂ ଆଣ୍ଟ ଡାଟା ଆନାଲିସିସ୍ ) ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି କେନ୍ଦ୍ର ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ତଦାରଖ ବ୍ୟବସ୍ଥା, ବିଭିନ୍ନ ପ୍ରକଳ୍ପ ଏବଂ ତଥ୍ୟ ବିଶ୍ଲେଷଣ କରି ପରିବେଶ ପରିଚାଳନା ସଂପର୍କୀୟ ନିଷ୍ପତ୍ତିକୁ ସୁବିଧା ଜନକ କରିବାରେ ସହାୟକ ହେବ ବୋଲି ସୂଚନା ଦିଆଯାଇଛି । ଏଥି ସହିତ ବୈଠକରେ ଗବେଷଣା, ବିକାଶ ଏବଂ ଉପକୂଳ ସେଲ୍ ପ୍ରକଳ୍ପରେ ପିଏଚଡି ଗବେଷଣା ବିଦ୍ୟାର୍ଥୀମାନଙ୍କୁ ନିୟୋଜିତ କରିବାକୁ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନାରେ ଅର୍ଥ ବ୍ୟବସ୍ଥା କରିବା ପ୍ରସ୍ତାବ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ଆବାସିକ ସୁବିଧାରୁ ସହର ବିକାଶ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି by Proprietor Abhimanyu Maharana October 15, 2026 ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026