୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଓ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ଗାଁ ର ବିଭିନ୍ନ କପା ଚାଷ ଜମି ପରିଦର୍ଶନ କରିଛନ୍ତି କୃଷି ବିଭାଗ I କୃଷି ବିଭାଗ ତରଫରୁ ବଲାଙ୍ଗୀରଜିଲ୍ଲା ସଏଲ କେମିଷ୍ଟ ଓ କଟନ ସ୍କିମ ଅଫିସର ବିମ୍ବାଧର ସାହୁ, ଅଗ୍ରିକଲଚର ଓଭର ସିଅର ସୁଜାତା ପାତ୍ର,
ବ୍ଲକ ଅଗ୍ରୀକଲଚର ଅଫିସର ସନ୍ତୋଷ ମେହେର, ଅଗ୍ରୀକଲଚର ଓଭର ସିଅର ଚକ୍ରଧର ଦାସ ପ୍ରମୁଖ ବିଭିନ୍ନ କପା ଜମି ପରିଦର୍ଶନ କରି କପା ଚାଷୀ ମାନଙ୍କୁ ରୋଗ ପୋକ ନିୟନ୍ତ୍ରଣ, କପା ଅମଳ ବଢିବା ର ବିଭିନ୍ନ ଉପାୟ ମାନ ବତାଇ ଥିଲେ I କୃଷି ପରିଦର୍ଶକ ମାନେ ଧଣ୍ଡାମୁଣ୍ଡା ଅଲେଖ ବରିହା, ଅରକ୍ଷିତ କଠାର, ରଂଜନ ସାହୁ ଓ ବୁଢ଼ୀବାହାଲ ଗାଁ ର ଚତୃଭୁଜ ସାହୁ ଙ୍କ କପା ଫସଲ ଦେଖିବା ସହ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ l

