ମଙ୍ଗୁଲି ଛତୁ ମଞ୍ଜି ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ଉଦଘାଟିତ

୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :->  ଶୁକ୍ରବାର ବିରିଡି ବ୍ଲକ ର ମଙ୍ଗୁଲି ପଞ୍ଚାୟତ ରେ ଥିବା ମିଶନଶକ୍ତି ଗୃହରେ ଛତୁ ମଞ୍ଜି ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଛି l ଏହାକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ l ଉଦ୍ଘାଟନୀ ଉଚ୍ଛବରେ ବିଡ଼ିଓ ବିଜୟ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ,

ସରପଞ୍ଚ ନିରଞ୍ଜନ ସେଠୀ,ମିଶନଶକ୍ତି ବ୍ଲକ ସଂଯୋଜକ ବିଜୟ କୁମାର ରଣା, ବିପିଏମ ଗଣେଷ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ଏହାଦ୍ୱାରା ବିରିଡି ବ୍ଲକରେ ଓ ବ୍ଲକ ବାହାରେ ଏସ ଏଚ ଜି ଏବଂ ଉତ୍ପାଦକ ଗୋଷ୍ଠି ଯେଉଁ ମାନେ ଛତୁ ଚାଷ କରୁଛନ୍ତି ସେମାନେ ଏଠାରୁ ଛତୁ ମଞ୍ଜି ନେଇ ଉପକୃତ ହେବେ l ଏହି ଛତୁ ମଞ୍ଜି ଉତ୍ପାଦନ ଓ ବିକ୍ରୟ କେନ୍ଦ୍ରଟି ମା ‘ବରୁଣେଇ ଏସ ଏଚ ଜି ପରିଚାଳନା କରୁଛନ୍ତି l

ମିଶନ ଶକ୍ତି ବିଭାଗ ପକ୍ଷରୁ 3ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ଏହାଦ୍ୱାରା ମା ‘ବରୁଣେଇ ଏସ ଏଚ ଜି ର ସଦ୍ୟସ୍ୟା ମାନଙ୍କର ଜୀବନ ଜୀବିକାରେ ଆର୍ଥିକ ଉନତି ହୋଇପାରିବ l ଏହି କାର୍ଯ୍ୟକ୍ରମଟି ପଂଚାୟତର ଏମ ବି କେ ସୁଜାତା ମିଶ୍ର ଙ୍କ ସହଯୋଗରେ ଆଗକୁ ବଢ଼ି ପାରିବ ବୋଲି ଅଧ୍ୟକ୍ଷା ପାତ୍ର କହିଥିଲେ l

Exit mobile version