Home ଓଡ଼ିଶା ବିଦାୟୀ ଗୁରୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ସଂପୁରସ୍ଥିତ ସରକାରୀ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଚିତ୍ର କୁମାର ଘଡ଼େଇ ଏବଂ ସହକାରୀ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ସଭାରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ନୃସିଂହ ଚରଣ ପ୍ରଧାନ ମୁଖ୍ୟ ଅତିଥି, ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁରସ୍ଥିତ ବାନମ୍ବର ଏକାଡେମୀର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସେନାପତି, ମୁଖ୍ୟବକ୍ତା, ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର ସମିତିସଭ୍ୟା ତଥା ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷା ବିନୋଦିନୀ ଦତ୍ତ, ପ୍ରାକ୍ତନ ବାଣପୁର ସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜିକ ସନ୍ଧ୍ୟାରଣୀ ହରିଚନ୍ଦନ, ଛତ୍ରପଡ଼ାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପାଠୀ , ବାଣପୁର ବ୍ଳକ୍ ର ବରିଷ୍ଠ ସମାଜସେବୀ କୁମୁଦିନୀ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ବିଶ୍ୱଜିତ୍ ସରୋଜ କୁମାର ଙ୍କ ସ୍ବାଗତ ଭାଷଣ ପରେ ଅତିଥିମାନେ ଦୁଇ ବିଦାୟୀ ଶିକ୍ଷକଙ୍କୁ ମୁକୁଟ ପରିଧାନ କରାଇ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ତାପରେ ଛାତ୍ରୀମାନେ ବିଦାୟୀ ସଙ୍ଗୀତ ଗାନ କରିଥିଲେ। ଶିକ୍ଷକ ଅଂଶୁମାନ ଧଳ ଏବଂ ଶିକ୍ଷୟିତ୍ରୀ ଶ୍ରୋତାଲିନୀ ସାହୁ ମାନପତ୍ର ପଠନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଦୀପ୍ତିରଞ୍ଜନ ଦାସ , ବିଭୁପ୍ରସାଦ ମହାପାତ୍ର ଏବଂ ଶିକ୍ଷୟିତ୍ରୀ ନମିତା ସାହୁ, ସୌଦାମିନୀ ସୁବୁଦ୍ଧି, ସୌଦାମିନୀ ପରିଡ଼ାଙ୍କ ସମେତ ଶିବ ପ୍ରଧାନ, ସମ୍ବିତ କେଦାର କର, ସ୍ନେହଲତା ପାଇକରାୟ, ଆନନ୍ଦ ଚନ୍ଦ୍ର ସେନାପତି ଏବଂ ମହନ୍ତ ମହାରଣା ସହଯୋଗ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାର୍ଥୀ ମାନଙ୍କ ତରଫରୁ ବିଦାୟୀ ଗୁରୁ ମାନଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ପରିଶେଷରେ ଶିକ୍ଷୟିତ୍ରୀ ସ୍ଵର୍ଣଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ଆବାସିକ ସୁବିଧାରୁ ସହର ବିକାଶ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି by Proprietor Abhimanyu Maharana October 15, 2026 ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026