୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଵଡପଦର କଉଡ଼ି ଖଣି ସ୍ଥିତ ମନ୍ଦିର କମ୍ପ୍ଲେକ୍ସ ପରିସରରେ ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଅନୁଷ୍ଠାନ ର ସମ୍ପାଦକ ଦେବେନ୍ଦ୍ର ନାଥ ମହାରଥୀ, କୋଷାଧ୍ୟକ୍ଷ ରାମଚନ୍ଦ୍ର ମାର୍ଥା, ସହକାରୀ ସମ୍ପାଦକ ହରିହର ମିଶ୍ର ,ହାଲୁ କିଶୋର ସାହୁ,ଶତ ସିଂହ ହରିଚନ୍ଦନ ପ୍ରମୁଖ ଏହି ଅବସରରେ ଉଦ୍ ଵୋଧନ ଦେଇଥିଲେ। ନାଚୁଣୀ ଭବାନୀ ପୁର ସ୍ଥିତ ନୂତନ ଉଦ୍ଘାଟିତ କାର୍ଯ୍ୟାଳୟ ପରିସରରେ ମଧ୍ୟାହ୍ନ ଭୋଜନ ର ଆୟୋଜନ କରାଯାଇଥିଲା।

ଡି ଏ ଭି, ଗୁରୁ କୁଳ, ନାଚୁଣୀ ପରିସରରେ ଅନୁଷ୍ଠିତ ସ୍ଵାଧୀନତା ଦିବସ ଉପଲକ୍ଷେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଥିଲେ। ଏହାପରେ ଅନୁଷ୍ଠାନ ର ପ୍ରତିଷ୍ଠାତା ପୀତାମ୍ବର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭିକାରୀ ଚରଣ ପ୍ରଧାନ, ମୁଖ୍ୟ ବକ୍ତା ଦେବେନ୍ଦ୍ରନାଥ ମହାରଥୀ,
ସମ୍ମାନିତ ଅତିଥି ରାମଚନ୍ଦ୍ର ମାର୍ଥା ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଊଦ୍ ଵୋଧନ ଦେଇଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷା କଳ୍ପନା ଦାଶ କାର୍ଯ୍ୟକ୍ରମ କୁ ସନ୍ ଯୋଜନା କରିଥିଲେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ତପନ ଶତପଥୀ, ପ୍ରେରଣା ପ୍ରିୟଦର୍ଶିନୀ,ସେହନା ପରଵିନ୍, ସୁଜାତା ସେନ୍ , ମମତା ସେନ୍ ପ୍ରମୁଖ ସହାୟତା କରିଥିଲେ । ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଷ୍ଠାତା -ସମ୍ଫାଦକଙ୍କ ପକ୍ଷରୁ ଶୈକ୍ଷିକ ଉପହାର ପ୍ରଦାନ କରାଯାଇଥିଲା ।
ନାଚୁଣୀ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୭୮ତମ ସ୍ବାଧୀନତା ଦିବସ ଅବସରରେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପ୍ରାକ୍ତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ ତଥା ଛାତ୍ର ଛାତ୍ରୀ ମାନେ ଯୋଗଦେଇ ରାଷ୍ଟ୍ରୀୟ ଝଣ୍ଡା କୁ ସମ୍ମାନ ପ୍ରଦର୍ଶନ କରିଥିଲେ।
