ଚନ୍ଦ୍ରଶେଖର ଏକାଡେମୀରେ ଲାଗିଲା ୨୫୫ଟି ଗଛ

୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ପ୍ରତିଟି ବ୍ୟକ୍ତି, ପରିବାର ଓ ଅନୁଷ୍ଠାନ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ପ୍ରଥମ ଓ ପ୍ରଧାନ ଆବଶ୍ୟକତା ବୋଲି କହିଛନ୍ତି ପୁରୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ପତି। ପୁରୀ -କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ ବାଲିଘାଇସ୍ଥ ଚନ୍ଦ୍ରଶେଖର ଏକାଡେମୀ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ପତି କହିଥିଲେ , ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ସହ ବୈଷୟିକ ଶିକ୍ଷା ଓ ଜାପାନି ଭାଷା ଶିକ୍ଷାଦାନ ପାଇଁ ଚର୍ଚ୍ଚିତ ଏହି ଶିକ୍ଷାନୁଷ୍ଠାନ ।

କିଛିବର୍ଷ ଧରି ଯେପରି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟକ୍ରମମାନ କରିଆସୁଅଛି ତାହା ପ୍ରଶଂସନୀୟ। ଏକାଡେମୀର ଚେୟାରମ୍ଯାନ ତଥା ସମାଜସେବୀ ଶ୍ରୀମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ସୁରକ୍ଷାର ସହକାରୀ କମାଣ୍ଡାଣ୍ଟ ଜୀତେନ୍ଦ୍ର କୁମାର ଦେହୁରୀ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ଦେହୁରୀ କହିଥିଲେ, ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ସହ ପରିବେଶ ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନର ପ୍ରୟାସ ସ୍ଵାଗତଯୋଗ୍ୟ ।

ଏଥିରେ ଅନ୍ୟମାନଙ୍କ ମଧ୍ଯରେ ଏକାଡେମୀର ପ୍ରିନ୍ସିପାଲ ସମୀର ରଞ୍ଜନ ସ୍ବାଇଁ ,ସମ୍ପାଦକ ସଞ୍ଜୀବ କୁମାର ନାୟକ,ଶିକ୍ଷୟିତ୍ରୀ ଅମିତା ପଟ୍ଟନାୟକ,ସୁଚିତ୍ରା ନାୟକ,ସସ୍ମିତାରାଣି ଦଳବେହେରା ଓ ପlର୍ବତୀ ସୋରେନ୍। ଏହି କାର୍ଯ୍ୟକ୍ରମରେ ହେମନ୍ତ କୁମାର ନାୟକ, ଦୁଷ୍ମନ୍ତ କୁମାର ସାହୁ, ଜୀତେନ୍ଦ୍ର କୁମାର ସ୍ବାଇଁ,ମାନସ କୁମାର ଦାସ ଓ ନିତୀନ୍ ଦାସଙ୍କ ସମେତ ଛାତ୍ର ଛାତ୍ରୀମାନେ ୨୫୫ଟି ଗଛ ଲଗାଇଥିଲେ । କେବଳ ବୃକ୍ଷରୋପଣ ନୁହେଁ, ଆଗାମୀ ଦିନରେ ଏକାଡେମୀ ଛାତ୍ର ଛାତ୍ରୀଙ୍କ ପାଇଁ “ରକ୍ତଦାନ ମହତ ଦାନ” ଶୀର୍ଷକ ଆଲୋଚନାଚକ୍ର କରାଯିବ ବୋଲି ଚେୟାରମ୍ଯାନ ଶ୍ରୀ ଦାଶ ଜଣାଇଛନ୍ତି। ପରିଶେଷରେ ଅନୁଷ୍ଠାନର ଚେୟାରମ୍ୟାନ ତଥା ଭାରତ-ଜାପାନ ମୌ ତ୍ରୀ କେନ୍ଦ୍ରର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ଦ୍ବାରା ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା ।

Exit mobile version