ଲୋଖଭିମୁଖି କାର୍ଯ୍ୟକ୍ରମ ରୂପରେଖ ଓ ପରିଚାଳନା ବ୍ୟବସ୍ଥା ରେ ସରକାର ସ୍ଵେଚ୍ଛା ସେବୀ ଅନୁଷ୍ଠାନ ମତା ମତ କୁ ଗୁରୁତ୍ବ ଦିଅନ୍ତୁ

ରାଜ୍ୟ ସ୍ତରୀୟ ସ୍ବେଛାସେବୀ ସଂଗଠନ ଆଲୋଚନା ଚକ୍ରରେ ମତ ପ୍ରକାଶ

୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ୍ ଓ ରୋଟାରୀ କ୍ଲବ ମିଲିତ୍ ଆନୁକୁଲ୍ୟରେ ସ୍ଥାନିୟ ରୋଟାରୀ କ୍ଲବ କମୂନିଟି ହଲ ପରିସରରେ ” ଅଧୁନା ପରିସ୍ଥିତିରେ ଭାରତରେ ସ୍ବେଛାସେବୀ ସଂଗଠନ ମାନଙ୍କ ଭୂମିକା “ଶୀର୍ଷକ ଏକ ରାଜ୍ୟ ସ୍ତରୀୟବଲୋଚୋନା ଚକ୍ର ଆୟୋଜିତ ହୋଇ ଯାଇଛି।ସ୍ବାଧିନତା ଦିବସ ଅବସରରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ସଂଗଠନ ମାନକ ମୁଖିଆ ମାନେ ଯୋଗ ଦେଇଥିଲେ।ବର୍ତ୍ତମାନ ପରିସ୍ଥିତିରେ ସରକାର ଲୋକାଭିମୁଖି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ମତା ମତ ବା ସହଭାଗିତା କୁ ଆଦୌ ଗୁରୁତ୍ୱ ଦେଉ ନଥିବାରୁ ଏହାକୁ ନେଇ ଆଲୋଚକ ମାନେ କ୍ଷୋବ ପ୍ରକାଶ କରିଥିଲେ ।

 

ଏଥି ସହିତ ସ୍ଥାଣୁ ଅବସ୍ଥାରେ ରହିଥିବା ଜିଲ୍ଲା ସ୍ତରେରେ ସରକାରଙ୍କ ଦ୍ଵାରା ଗଠିତ ସ୍ବେଛାସେବୀ ସଙ୍ଗଠନ ସମିତିକୁ ଗତିଶୀଳ କରାଇବା ସହିତ ଜନହିତକର କାର୍ଯ୍ୟ ଗୁଡିକରେ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନର ସହଯୋଗ ସରକାର ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇ ଥିଲା ସେହି ପରି ସ୍ବେଛାସେବୀ ଅନୁଷ୍ଠାନ ଗୁଡ଼ିକ ଉପରେ ସରକାରଙ୍କ ଅତ୍ୟଧିକ ଅଙ୍କୁଶ ମଧ୍ୟ ସ୍ବେଛାସେବୀ ଅନୁଷ୍ଠାନର ପରିବ୍ୟପକତା ଉପରେ ମଧ୍ୟ ପ୍ରଭାବ ପକାଉଛି ବୋଲି ବକ୍ତା ମାନେ ମତ ରଖିଥିଲେ।ଏହି ଆଲିଚୋନା ଚକ୍ରକୁ କାର୍ଯ୍ୟକ୍ରମକୁ ଦି ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟସଞ୍ଚାଳନ କରିଥିବା ବେଳେ ଅନୁଷ୍ଠାନ ସାଧାରଣ ସମ୍ପାଦକ ରାଜକିଶୋର ପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।

ରୋଟାରି କ୍ଲବ ସଭାପତି କୃଷ୍ଣଚନ୍ଦ୍ର ପତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ବେଳେ ରୋଟାରୀୟାନ ନାରାୟଣ ଦାସ ଧନ୍ୟବାଦ୍ ଦେଇ ଥିଲେ।ସଂଯୋଗ ଅନୁଷ୍ଠାନ ର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂ ଏହି ଆଲୋଚନା ଚକ୍ରରେ ସଭାପତି ରୂପେ ଯୋଗ ଦେଇ ଆଲୋଚନା ଚକ୍ର ର ନିର୍ଯ୍ୟଶ ପ୍ରଦାନ କରିଥିଲେ।ପରିଶେଷରେ ଅତିଥି ମାନେ ସମସ୍ତ ଅଂଶଗ୍ରହଣ କାରିଙ୍କୁ ପ୍ରଶଂସା ପତ୍ର ଓ ଉପଢୋକନ ପ୍ରଦାନ କରିଥିଲେ।ଏହି ଅବସରରେ ରୋଟାରୀ କ୍ଲବ ର ସମ୍ପାଦକ ରୋଟାରୀୟାନ୍ ଶୈଳେଶ କୁମାର ବେହେରା ଅନ୍ୟତମ ଅତିଥି ଭାବରେ ଉପସ୍ଥିତି ଥିଲେ ।  କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଥି ଅନୁଷ୍ଠାନ ନିର୍ଦ୍ଦେଶକ ବିଶ୍ବଭୂଷଣ ପଟ୍ଟନାୟକ ,

କୁମାର କବି ଫାଉଣ୍ଡେସନ ର ସମ୍ପାଦକ ଦିଗମ୍ବର ବେହେରା, ନିହିଡ଼ା ର ସମ୍ପାଦକ ଭକ୍ତ ବିହାରୀ ମିଶ୍ର,ହୋପ ଇଜ୍ ଲାଇଫ ଅନୁଷ୍ଠାନର ଦିବାକର ଦଳାଇ, ସୁନ୍ଦରଗଡ଼ ର ସି .ଆଈ ଆର୍ .ଆଈ. ଡି ଅନୁଷ୍ଠାନ ନିର୍ଦେଶିକା ରୁଚିମିତ୍ରା ଜଗଦ୍ଦେବ,ଆମେ ଶ୍ରୀକ୍ଷେତ୍ର ବାସୀ ଅନୁଷ୍ଠାନର ଜିତେନ୍ଦ୍ର ନାରାୟଣ ମିଶ୍ର, ଆଇ ଏସ ଆର୍ ଡି ପ୍ରୋଗ୍ରାମ ମ୍ୟାନେଜର କେଳୁ ଚରଣ ଦାସ,ଆପଣଙ୍କ ସେବା ଅନୁଷ୍ଠାନ ର ଉପଦେଷ୍ଟା ମନୋଜ ରଥ,ହ୍ୟପିନେଶ ଫାଉଣ୍ଡେସନ ର ସଭାପତି ଇଂଜିନିୟର ପ୍ରଦୀପ କୁମାର ପ୍ରଧାନ ସଂକଳ୍ପ ଫାଉଣ୍ଡେସନ ର ସୁଚରିତା ପାଢ଼ୀ ପ୍ରଭୃତି ଆଲୋଚୋନା ଚକ୍ର ରେ ଯୋଗ ଦେଇ ନିଜର ମତା ମତ ରଖିଥିଲେ ।

Exit mobile version