Home ଓଡ଼ିଶା ସ୍ୱାଧୀନତା ଦିବସରେ ସବୁଠି ଉଡିଲା ତ୍ରିରଙ୍ଗା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ୭୮ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଛି । ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ତହସିଲ କାର୍ଯ୍ୟାଳୟ ତହସିଲଦାର ଭିକାରୀ ସାହୁ,କୃଷି ବିଭାଗରେ ବାସୁଦେବ ଶତପଥୀ,ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ହିଞ୍ଜିଳି ଥାନାରେ ଆଇଆଇସି ଶ୍ରୀନିବାସ ସେଠୀ, ଓଏଭି ଶାସନ ଆମ୍ବଗାଁରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ଗହଣରେ ବିଡିଓ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ, ଉପଖଣ୍ଡ ଚିକିତ୍ସାଳୟରେ ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ, ପୌର ପରିଷଦ କାର୍ଯ୍ୟାଳୟ ଓ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ରରେ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ନୂଆଁଗଡ ୟୁପି ସ୍କୁଲରେ ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା, ଜଳ ସମ୍ପଦ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ଦାଶ, ଆଇସିଡ଼ିଏସ କାର୍ଯ୍ୟାଳୟରେ ସିଡ଼ିପିଓ ଗାଙ୍ଗୀ ସୁବୁଦ୍ଧି,ଅଗ୍ନିଶମ ବିଭାଗରେ କେନ୍ଦ୍ର ଅଧିକାରୀ ବାଗରାଇ ମୁର୍ମୁ, ଅବକାରୀ ଥାନାରେ ଉପ ନିରୀକ୍ଷକ ସୁମିତ୍ରା ବିଶି,ଜେଏମଏଫସିରେ ବିଚାରପତି ଦୀପ୍ତିମୟୀ ସାହୁ, ରାଧାକୃଷ୍ଣ ପରିବା ବଜାର ସଂଘରେ ସଭାପତି ଅନୀଲ କୁମାର ମହାପାତ୍ର,କଳିଙ୍ଗ ବୈଶ୍ୟ ମହିଳା ସଂଘ ସଭାପତି ଟି. ଅର୍ଚ୍ଚନା ପାତ୍ରଙ୍କ ଗହଣରେ ସହ ସମ୍ପାଦକ ତିରୁପତି ବାଲାଜୀ ପାତ୍ର,ଉପ ନିବନ୍ଧକ କାର୍ଯ୍ୟାଳୟରେ ଉପ ନିବନ୍ଧକପ୍ରଜ୍ଞା ପ୍ରିୟଦର୍ଶିନୀ ଦାଶ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟରେ ଏସ.ଗିରିଧାରୀ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ, ସରକାରୀ ଏନ୍ଏ ସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଜନୀ କାନ୍ତ ସାହୁ, ବୃନ୍ଦାବନ ନାୟକ ଇଂଲିଶ ମିଡିୟମ୍ ସ୍କୁଲରେ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା,ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂପ୍ରଦୀପ କୁମାର ପାଢୀ,ପଶୁ ସମ୍ପଦ, ଉଠା ଜଳସେଚନ, କ୍ଷୁଦ୍ର ଜଳ ସେଚନ,ଟିପିଏସଓଡିଏଲ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ଗୋପାଳକୃଷ୍ଣ ପଣ୍ଡା, ତ୍ରିରଙ୍ଗା ସେବା ସଂଘ,ଅଟୋ ମାଲିକ ସଂଘ ତରଫରୁ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ବିଶେଷତ୍ୱ,ସଂଗ୍ରାମୀ ବୀରପୁତ୍ରଙ୍କ ଦେଶପ୍ରେମ ଓ ବଳିଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ବିଭିନ୍ନ ବେସରକାରୀ ଅନୁଷ୍ଠାନ,ଶିକ୍ଷାନୁଷ୍ଠାନ ଗୁଡି଼କରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଅନୁରୂପ ଭାବେ ପଞ୍ଚାୟତ ସ୍ତରରେ ସରପଞ୍ଚ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରି ସଂଗ୍ରାମୀ ପୁରୁଷଙ୍କ ସ୍ମୃତିଚାରଣ କରି ଦେଶଭକ୍ତିର ବାର୍ତ୍ତା ପ୍ରଦାନ କରିଥିଲେ।ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରେ ଶାଖା ପରିଚାଳକ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତିନି ଦିନ ଧରି ଆଜାଦ୍ କି ଅମୃତ ମହୋତ୍ସବ ଅଧୀନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସହର ଠାରୁ ଗ୍ରାମାଞ୍ଚଳ ସବୁଠି ଦେଶପ୍ରୀତି ପରିବେଶ ସୃଷ୍ଟି ହୋଇଥିଲା । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026