ସ୍ବାଧୀନତା ଦିବସ ଉପଲକ୍ଷେ ପୁରସ୍କାର ବିତରଣ ଉତ୍ସବ

୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :->  ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସିକୋ ଗ୍ରାମ ପଞ୍ଚାୟତ ର ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ସ୍ବାଧୀନତା ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରରିପ୍ରେକ୍ଷୀରେ ସନ୍ଧ୍ୟା ସମୟରେ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ନିମନ୍ତ୍ରିତ କରାଯାଇ ପୁରସ୍କାର ବିତରଣ ସଭା ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ , ସମ୍ମାନିତ ଅତିଥି ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି , ସମାଜସେବୀ ମନ୍ମଥ ରାଉତରାୟ, ସମାଜ ସେବୀ ମନୋଜ ପ୍ରଧାନ ପ୍ରମୁଖ ଅତିଥି ଏବଂ ଗ୍ରାମର ଲୋକମାନଙ୍କ ଉପସ୍ଥିତ ରେ ପୁରସ୍କାର ବିତରଣ କରଯାଇଥିଲା ।

Exit mobile version