Home ଓଡ଼ିଶା ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି : ଆଜିଠୁ ବିଜେଡିର ଜାଗରଣ ଅଭିଯାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ନିର୍ବାଚନକୁ ଦୁଇ ମାସ ପୁରିଥିବା ବେଳେ ଆଜିଠୁ ପୁଣି ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି । ୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜିଠାରୁ ଗାଁକୁ ଯିବ ବିଜେଡି । ଭତ୍ତାକୁ ନେଇ ଲୋକଙ୍କୁ କରିବ ସଚେତନ । ଗାଁରେ ବିଜେପି ସରକାର ବିରୋଧରେ ଗର୍ଜିବ ବିଜେଡି। ବିଜେପି ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ ଅକ୍ଷମତା ବ୍ୟକ୍ତି ୩୫୦୦ ଟଙ୍କା ଭତ୍ତା ପାଇବେ ବୋଲି ବିଜେପି ସରକାର ଘୋଷଣା କରିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ବିଜେଡି ବିଜେପି ସରକାରକୁ ଘେରିବାକୁ ଯୋଜନା କରିଛି । ସିଧା ଗାଁରୁ ବିଜେପି ବିରୋଧରେ ଲୋକଙ୍କୁ ଏକାଠି କରିବ ବିଜେଡି। ଏବଂ କାଲିଠାରୁ ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବ । ଏହା ସହିତ ଯିଏ ଯେଉଁ ପଞ୍ଚାୟତରେ ଜନଜାଗରଣ କରିବେ ହ୍ବାଟସ ଆପରେ ତାର ଫଟୋ ମୁଖ୍ୟାଳୟକୁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହାକୁ ନେଇ ଆଜିଠାରୁ ବିଜେଡି ବିଭିନ୍ନ ପଞ୍ଚାୟତରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବ । ସେପଟେ ବିଜେପି କହିଛି ବିରୋଧୀ ଦଳ ଗାଁକୁ ଯାଆନ୍ତୁ । ୨୪ ବର୍ଷ ଭିତରେ ଯାହା କରିନାହାନ୍ତି ତାଲିକା ଦିଅନ୍ତୁ। ଆମେ ୫ ବର୍ଷ ଭିତରେ ପୂରଣ କରିବୁ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026