Home ଓଡ଼ିଶା ଜାଗୃତିକା ପକ୍ଷରୁ ସ୍ବାଧୀନତା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀର ଅଗ୍ରଣୀ ସାମାଜିକ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଜାଗୃତିକା ପକ୍ଷରୁ ଭାରତର ୭୮ତମ ସ୍ବାଧୀନତା ଦିବସ ଭବାନୀପୁର କବି କୁଟୀର ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ତଥା ପୂର୍ବତନ ଏବିଡିଓ କାଳୁ ଚରଣ ସାମନ୍ତରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତତ୍ ସହିତ ଜାଗୃତିକାର ସମସ୍ତ ସଦସ୍ୟ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନ, ସଂପାଦକ ପ୍ରାକ୍ତନ ଶିକ୍ଷକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ, ବିଶିଷ୍ଟ ପାଲା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର, ପ୍ରାକ୍ତନ ଶିକ୍ଷକ ପଠାଣି ବଳବନ୍ତରାୟ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସାମ୍ବାଦିକ ଦିଲୀପ କୁମାର ଶତପଥୀ,ଓଜନ ଓ ମାପ ବିଭାଗର ପ୍ରାକ୍ତନ ନୀରିକ୍ଷକ ଶରତ କୁମାର ପାତ୍ର, ପଣ୍ଡିତ ଭବାନୀ ଶଙ୍କର ମହାପାତ୍ର, ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକ, ପୁରୁଷୋତ୍ତମ ମିଶ୍ର, ବେଣୁଧର ସାହୁ ଓ ପାଣ୍ଡବ ସୁବୁଦ୍ଧି ପ୍ରମୁଖ ବୌଦ୍ଧିକ ଆଲୋଚନାରେ ଯୋଗ ଦେଇଥିଲେ । ଶେଷରେ କବି ଶିବ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026