Home ଓଡ଼ିଶା ବାରିପଦାରେ ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ମୟୂରଭଞ୍ଜ ପ୍ରଶାସନ ସର୍ବଦା ଜିଲ୍ଲାବାସୀଙ୍କ ହିତ ପାଇଁ କାର୍ଯ୍ୟରତ : ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି ୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ସଦର ମହକୁମା ବାରିପଦା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ। ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ହେମ କାନ୍ତ ସୟ (ଭା.ପ୍ର.ସେ.) ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ, ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ, ଉଦବୋଧନ,ପୁରସ୍କାର ବିତରଣ ଓ ବିବିଧ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ. ସୁଶ୍ରୀ (ଭା.ପୋ.ସେ.) ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଭୁତି ଭୂଷଣ ନାୟକ (ଭା.ପ୍ର.ସେ.) ମୁଖ୍ୟ ଅତିଥିଙ୍କୁ ରିଜର୍ବ ପୋଲିସ ପରେଡ ପଡିଆ ମଂଚ ଉପରକୁ ପାଛୋଟି ଆଣିଥିଲେ। ଜିଲ୍ଲାପାଳ ଶ୍ରୀ ସୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଷିତ ରାଷ୍ଟ୍ରୀୟ ସଂଗୀତ ଏବଂ ତତ୍ପରେ ରିଜର୍ବ ପୋଲିସ ନିରୀକ୍ଷକ ତଥା କମାଣ୍ଡର ଶ୍ରୀ କବିରଞ୍ଜନ ସେଠୀଙ୍କ ଦ୍ଵାରା ପରିଚାଳିତ ପରେଡରେ, ପୋଲିସ, ହୋମ୍ଗାର୍ଡ, ସମର ଶିକ୍ଷାର୍ଥୀ ବାହିନୀ, ରେଡ଼-କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ୍ ଏବଂ ଗାଇଡ୍ ଓ ସିଭିଲିଆନ ସମେତ ୪୪ ଗୋଟି ଟ୍ରୁପ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇ ଏବଂ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମୟୂରଭଞ୍ଜର ଇତିହାସ, ବ୍ରିଟିଶ ଶାସନ ସମୟରେ ଗଢି ଉଠିଥିବା ମୟୂରଭଞ୍ଜ ପ୍ରଜା ଆନ୍ଦୋଳନ, ସ୍ୱାଧୀନତା ପାଇଁ ତତ୍କାଳ ଭଞ୍ଜ ପ୍ରଶାସନର ମହତ୍ୱ ଏବଂ ଜିଲ୍ଲା ତଥା ରାଜ୍ୟରେ ଭଞ୍ଜ ପ୍ରଶାସନର ଗାରିମା, ଓଡ଼ିଆ ସାହିତ୍ୟ, ଶିକ୍ଷା ଓ ସଂସ୍କୃତିକୁ ମୟୂରଭଞ୍ଜର ଅବଦାନ, ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଯଶଃକୀର୍ତ୍ତି ବିଷୟରେ କହିଥିଲେ। ଏଥିସହିତ ଜିଲ୍ଲାରେ ପ୍ରଶାସନ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଏବଂ ଯୁଗଉପଯୋଗୀ କାର୍ଯ୍ୟ ସମସ୍ତ ବିଷୟରେ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ । ଜିଲ୍ଲାପାଳ ଏହା ମଧ୍ୟ କହିଥିଲେ ଯେ କୃଷି କଲ୍ୟାଣ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଦିଗରେ ମୟୂରଭଞ୍ଜ ପ୍ରଶାସନ ସଦାସର୍ବଦା କାର୍ଯ୍ୟରତ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026