Home ଓଡ଼ିଶା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମହାପୁରୁଷଙ୍କ ପଦାଙ୍କ ଅନୁସରଣ- ଭଲମଣିଷ ହେବାର ଚାବିକାଠି । ୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ସହରର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ନୟାଗଡ଼ ମାଟିର ପୁଅ ସାଉଦି ଆରବରେ କାର୍ଯ୍ୟରତ ଇଂ ସରୋଜ କାନ୍ତ ପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହୋଇଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଯଥା ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମହାନ ସଂଗ୍ରାମୀ ସୁବାସ ଚନ୍ଦ୍ର ବୋଷ,ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଓ ସ୍ବାଧୀନତା ସଂଗ୍ରାମୀ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ସ୍କାଉଟ୍ ଗାଇଡ୍ସ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନିକଟରେ ବହୁ ଉପାଦେୟ ଅଭିଭାଷଣ ରଖି ସ୍ଵାଧୀନତା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ। ଦେଶମାତୃକାର ସ୍ଵାଧୀନତା ପାଇଁ ଆତ୍ମ ବଳିଦାନ ଦେଇଥିବା ମହାପୁରୁଷଙ୍କ ନୀତି ଆଦର୍ଶକୁ ପାଥେୟ କରି ଦେଶପାଇଁ ତଥା ନିଜ ଜନ୍ମଭୂମି ପାଇଁ ନିଜକୁ କିପରି ଆତ୍ମୋତ୍ସର୍ଗ କରିପାରିବା ଓ ଶୃଙ୍ଖଳିତ ସମାଜ ଗଠନରେ ଛାତ୍ରଛାତ୍ରୀମାନେ କିପରି ବଳିଷ୍ଠ ଭୂମିକା ନିର୍ବାହ କରିବେ ସେଥିପାଇଁ ବହୁମୂଲ୍ୟ ପରାମର୍ଶ ଦେଇଥିଲେ। ମହାପୁରୁଷ ମାନଙ୍କ ଜୀବନୀ ପାଠ କରି ସେମାନଙ୍କର ପଦାଙ୍କ ଅନୁସରଣ କଲେ ନିଶ୍ଚୟ ଜଣେ ଭଲ ମଣିଷ ହୋଇପାରିବା ବୋଲି ବକ୍ତବ୍ଯ ରଖିଥିଲେ। ଚଳିତ ବର୍ଷ ସ୍ଵାଧୀନତା ଦିବସ ଉପଲକ୍ଷ ବିଦ୍ୟାଳୟର ଅରୁଣ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ବିଭାଗରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ରୀ ବିଶ୍ଵବିଜିତା ମହାନ୍ତିଙ୍କୁ ମୁଖ୍ୟ ଅତିଥି ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବା ସହ ମନ ମୁଗ୍ଧକର ଭାଷଣ ଲାଗି ୧୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଉପସ୍ଥିତ ମୁଖ୍ୟ ଅତିଥି, ଅଭିଭାବକ, ଛାତ୍ରଛାତ୍ରୀ ଓ ଗୁରୁଜୀ,ଗୁରୁମା’ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ, ଆଚାର୍ଯ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026