ଆର,ଉଦୟଗିରି ଠାରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ

୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଆର,ଉଦଗିରି ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆଜି ଠାରୁ ଆର,ଉଦଗିରି ଠାରେ ଆରମ୍ଭ ହୋଇଛି. 78 ତମ ସ୍ୱାଧୀନତାର ଦିବସ ପାଳନ ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନରେ ସମଗ୍ର ଆର,ଉଦଗିରି ଜନସାଧାରଣଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ସହ ଜାତୀୟ ପତାକା ପ୍ରତି ସ୍ନେହ,

ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଆଜି ଆର,ଉଦଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବର, ତହସିଲିଦାର ଜୋତିର୍ମୟ ଦାଶ, ସିଡିପିଓ ଲଳିତା ପୂଜାରୀ ଓ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ ଙ୍କ ଉପସ୍ଥିତି ରେ ଏକ ରାଲି ବାହାରି ବ୍ଲକ ଛକ,

ବଜାର ଛକ ଓ ପଞ୍ଚୟତ କାର୍ଯ୍ୟାଳୟ ହର ଘର ତ୍ରିରଙ୍ଗା ନାରା ଦେଇ ଶୋଭାଯାତ୍ରା ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ମାନଙ୍କ ଛାତ୍ର ଛାତ୍ରୀ , ଅଙ୍ଗନବାଡି, ଆଶାକର୍ମୀ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରିଥୁବା ବେଳେ ସ୍ଥାନୀୟ ସ୍ଥାନୀୟ ସରପଞ୍ଚ ଜାମେସ ରାଇକା ଓ ମହେନ୍ଦ୍ରତନୟା ମାଧ୍ୟମିକ ବିଦ୍ୟାଳୟର

ଇତିହାସ ଅଧ୍ୟାପକ ନିଳାଞ୍ଚଳ ମହାପାତ୍ର ସ୍ଥାନୀୟ ତହସିଲିଦାର ଶୀ ଦାଶ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନରେ ସାମିଲ ହୁଅନ୍ତୁ ତତସହ ସେଲ୍‌ଫି ଉଠାନ୍ତୁ ଓ ସେହି ସେଲ୍ଫି harghartiranga.com ରେ ଅପ୍‌ଲୋଡ୍‌ କରନ୍ତୁ ବୋଲି ସୂଚନା ଦେଇଥିଲେ ।

Exit mobile version