ନୂଆଗାଁ ହାଇସ୍କୁଲ୍ ପଡ଼ିଆରେ ୭୮ ତମ ବ୍ଲକ୍ ସ୍ତରୀୟ ସ୍ବାଧିନତା ଦିବସ ପାଳିତ

୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :->  ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପ୍ରଶାସନ ଆନୁକୂଲ୍ୟରେ ନୂଆଗାଁ ହାଇସ୍କୁଲ୍ ପଡ଼ିଆରେ ୭୮ ତମ ବ୍ଲକ୍ ସ୍ତରୀୟ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସହିଦ ମାନଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥଲେ ।

ନୂଆଗାଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଞ୍ଚମ ଶ୍ରେଣୀ ଛାତ୍ରୀ ସାଇଶ୍ରୀ ରଥ ବ୍ଲକ୍ ସ୍ତରୀୟ ଡିବେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ସାଇଶ୍ରୀ ରଥ ଙ୍କୁ ପୁରସ୍କୃତ କରିଥଲେ । ସେହିପରି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ବ୍ଲକ୍ ଅଧ୍ୟକ୍ଷା ପୁରସ୍କୃତ କରିଥଲେ । ସ୍ବାଧିନତା ଆମ ପାଇଁ କେତେ ଆବଶ୍ୟକ କହିବା ସହ ସ୍ବାଧିନତା ସଂଗ୍ରାମୀ ମାନଙ୍କ ବଳିଦାନ ସମ୍ପର୍କରେ ବ୍ଲକ୍ ବିଡ଼ିଓ ବାସୁଦେବ ନାୟକ କହିଥିଲେ ।

Exit mobile version