Home ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ଶଶୀ ଭୂଷଣ ଦାସ ଙ୍କ ଜନ୍ମ ସତବାର୍ଷିକ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ସ୍ୱାଧୀନତା ସଂଗ୍ରାମୀ ଶଶୀ ଭୂଷଣ ଦାସ ଥିଲେ ଗୌରାଙ୍ଗ ଦାସ ଙ୍କ ପରି ପ୍ରଚଣ୍ଡ ସ୍ୱାଭିମାନୀ ଓ ସଂଗ୍ରାମୀ ପୁରୁଷ l ବାପାଙ୍କ ଆଦର୍ଶ ରେ ପିଲାବେଳୁ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ବୋଲି ଗୁରୁବାର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଶଶୀଭୁଷଣ ଦାସ ଙ୍କ ଜନ୍ମ ସତବାର୍ଷିକ ପାଳନ ଅବସରରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l ସଂଗ୍ରାମୀ ଫୋରମ ଓଡିଶା ଏବଂ ଜିଲ୍ଲା ସ୍ୱାଧୀତା ସଂଗ୍ରାମୀ ଦାୟଦ ପରିଷଦ ଜଗତସିଂହପୁର ମିଳିତ ଆନୁକୂଲ୍ୟରେ ସଂଗ୍ରାମୀ ତୀର୍ଥ ବାଗଲପୁର ଠାରେ ଆୟୋଜିତ ସଂଗ୍ରାମୀ ଶଶୀଭୁଷଣ ଦାସ ଙ୍କ ଜନ୍ମ ସତବାର୍ଷିକ ସମାରୋହକୁ ଉଦ୍ଘାଟନ କରିଥିଲେ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି l ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ଦାୟାଦ ପରିଷଦ ସମ୍ପାଦକ ଉତ୍କଳ ରଞ୍ଜନ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହ ରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ତ୍ରି୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ଅବସର ବିଚାରପତି ମନୋରଞ୍ଜନ ମହାନ୍ତି, ସ୍ତମ୍ଭକାର ପ୍ରହ୍ଲାଦ ସିଂ,ସଂଗ୍ରାମୀ ଫୋରମର ସମ୍ପାଦକ ଦର୍ପ ନାରାୟଣ ଦାସ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନଟବର ବାରିକ, ଜ୍ଞାନମଣ୍ଡଳର ପ୍ରଣେତା ଦୀପକ କାନୁନଗୋ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସଂଗ୍ରାମୀ ସ୍ବର୍ଗତ ଦାସ ଙ୍କ ପୁତ୍ର ପ୍ରଶାନ୍ତ ଦାସ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ସଂଗ୍ରାମୀ ଶଶୀ ଭୂଷଣ ଦାସ ଙ୍କ ଜନ୍ମ ସତବାର୍ଷିକ ସ୍ମରଣିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ବାଗଲପୁର ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଜାତୀୟ ସଂଗୀତ ଗାନ କରାଯାଇଥିଲା l ଅନୁଷ୍ଠାନ ପକ୍ଷରୁ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ବୀଣାପାଣି ସାହିତ୍ୟ ପରିଷଦ ପକ୍ଷରୁ ଦେଶାତ୍ମ ବୋଧକ କବିତା ପାଠ କରାଯାଇ ଥିଲା l ଏଥିରେ କବି ପିତାମ୍ବର ମହାପାତ୍ର, ବାମଦେବ ସ୍ୱାଇଁ, ପ୍ରିୟ ତମା ସାହୁ, କନକ ଲତା ମହାପାତ୍ର ପ୍ରମୁଖ କବି କବୟିତ୍ରୀ ମାନେ ଯୋଗ ଦେଇ କବିତା ପାଠ କରିଥିଲେ ସାହିତ୍ୟ ପରିଷଦର ସମ୍ପାଦକ ବନମାଳୀ ବେହେରା କବିତା ପାଠକୁ ପରିଚାଳନା କରିଥିଲେ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026