Home ଓଡ଼ିଶା ମହା ଆଡ଼ମ୍ବରରେ ସ୍ଵାଧୀନତା ଦିବସ ପାଳିତ : ରାଜ ସୁନାଖଳା ମହା ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ପରିବେଶ ଜନିତ ବ୍ୟତିକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମହା ଆଡ଼ମ୍ବରରେ ସ୍ଵାଧୀନତା ଦିବସ ପାଳିତ ହେଉ ଥିବା ବେଳେ ରାଜ ସୁନାଖଳା ମହା ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ପରିବେଶ ଜନିତ ବ୍ୟତିକ୍ରମ ୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସୁନାଖଳା :-> ସାରା ଭାରତରେ ମହା ଆଡ଼ମ୍ବରରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସ୍ଵାଧୀନତା ଦିବସ ପାଳନ ସବୁ ଭାରତୀୟଙ୍କ ଏକ ସ୍ବତନ୍ତ୍ର ପର୍ବ ଅଟେ । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରାଇଭେଟ୍ ଓ ଗମେଟ ଅଫିସ୍ ଗୁଡିକରେ ଆଜି ସ୍ଵାଧୀନତା ଦିବସ ଅବସରରେ ପତାକା ଉତୋଳନ କାର୍ଯ୍ୟକ୍ରମ ସକାଳ ସାତଟା ରୁ ଆରମ୍ଭ ହୋଇ ପ୍ରାୟ ଦିନ ୯ ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଆମ ପ୍ରତିନିଧି 15 ତାରିଖ ସକାଳ 7 ଟାରୁ ସ୍ଵାଧୀନତା ଦିବସ ପାଳନ ର ଖବର ସଂଗ୍ରହ କରି ବାକୁ ଯାଇ ନୟାଗଡ ଜିଲ୍ଲା ସିମାନ୍ତକୁ ଲାଗି ଥିବା ଖୋର୍ଦ୍ଦା ଜିଲ୍ଲା ବୋଲାଗଡ ବ୍ଲକ୍ ସାନପଦର୍ ପଞ୍ଚାୟତ ର ବାୟାପଲ୍ଲି ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା ଉଦ୍ଦେଶ୍ୟରେ ବାହାରି ଥିଲେ, ପରେ ପରେ ନୟାଗଡ ଜିଲ୍ଲାର ରାଜ ସୁନାଖଳା ଗୋପୀନାଥ ପୁର ସାହିର ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା ଉଦ୍ଦେଶ୍ୟରେ ବାହାରି ଥିଲାବେଳେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପତାକା ଉତୋଳନ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥ କରିଥିଲେ । ରାଜ ସୁନାଖଳା ସ୍ଥିତ ଟାଟା ପାୱାର ଅଫିସ ର କର୍ମଚାରୀ ମାନେ ଅତି ସୁନ୍ଦର୍ ଭାବରେ ଭାରତ ମାନଚିତ୍ର ଆଙ୍କିବା ସହ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ପତାକା ଉତୋଳନ କରିଥିଲେ । ରାଜ ସୁନାଖଳା ମହାବିଦ୍ୟାଳୟରେ ମଧ୍ଯ ଅଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି ପତାକା ଉତୋଳନ କରିଥିଲେ , କିନ୍ତୁ ପତାକା ଉତୋଳନ ସ୍ଥାନ ନିକଟରେ ପାଣି ଜମା ହେବାସହ ଅପରିଷ୍କାର ପରିବେଶ ଛାତ୍ର ଛାତ୍ରୀ ମାନଙ୍କୁ ଏଣେ ତେଣେ ଠିଆ ହେବା ପାଈଁ ବାଧ୍ୟ କରି ଥିଲା । କେବଳ ସ୍କାଉଟ ଛାତ୍ରୀ ମାନେ ଡ୍ରେସ କୋଡ ରେ ଥିବା ବେଳେ ଅନ୍ୟ ଛାତ୍ର ଛାତ୍ରୀ ମାନେ ବିନା ଡ୍ରେସ କୋଡ ରେ ଥିବାରୁ ଏତେ ବଡ଼ ମହାବିଦ୍ୟାଳୟରେ ପତାକା ଉତୋଳନ କାମ ଚଳା ଭଳି ଜଣା ପଡୁଥିଲା, ଯେମିତିକି ସ୍ଵାଧୀନତା ଦିବସ ଏକ ବାଧ୍ୟ ବାଧକତା ରୂପେ ପାଳନ କରାଯାଉଛି । ଏ ସଂକ୍ରାନ୍ତରେ କଲେଜ ର ପ୍ରିନ୍ସ ପାଲ ଶ୍ରୀ ମହାନ୍ତି ଙ୍କୁ ପଚାରିବା ରେ ଉତ୍ତରରେ ଲଗାତାର ବର୍ଷା ଓ ରାଜ୍ୟ ସରକାରଙ୍କ ଉନ୍ନତି ମୁଳକ କାର୍ଯ୍ୟ ବନ୍ଦକୁ ଦୋଷ ଦେଇ ନିଜ ଉପରୁ ଦୋଷ ଛଡାଇ ଦେଇଥଲେ । ସ୍ଵାଧୀନତା ଦିବସ ଅବସରରେ ପତାକା ଉତୋଳନ ପରିସର ସ୍ୱଚ୍ଛ ଓ ନିର୍ମଳ ନଥିବା ହେତୁ ଛାତ୍ର ଛାତ୍ରୀ ତଥା କିଛି କଲେଜ ଲେକ୍ଚର୍ ମଧ୍ୟରେ ଅଶାନ୍ତି ବାରୀ ହୋଇ ପଡୁଥିଲା । ପରେ ପରେ ଆମ ପ୍ରତିନିଧି ପହଞ୍ଚିଥିଲେ ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ । ସେଠାରେ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣୀ ବେହେରା ପତାକା ଉତୋଳନ କରିଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସିଂ, ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର , ମୋ ସ୍କୁଲ କମିଟି ସଭାପତି ରାମ ଚନ୍ଦ୍ର ନାୟକ, ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତ୍ରିଲୋଚନ ମହାନ୍ତି, ଶିକ୍ଷକ ବିଜୟ କୁମାର ସାହୁ, ପୂର୍ବତନ ଶିକ୍ଷକ ଯୋଗୀନଥ ନାଏକ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଭାରତକୁ ଏକ ବିକଶିତ ଦେଶ ରୂପେ ଗଢି ତୋଳିବା ପାଇଁ ଉଦବୋଧନ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ ସକାଳୁ ସକାଳୁ ପ୍ରଭାତ ଫେରି କରିଥିଲେ ଓ ପତାକା ଉତୋଳନ ପରେ ଜାତୀୟ ସଙ୍ଗୀତ ଓ ଝଣ୍ଡା ଉଚା ସଙ୍ଗୀତ ଗାନ କରିବା ସହ ବିଭିନ୍ନ ଦେଶାତ୍ମକ ବୋଧ ସ୍ଲୋଗାନ ଗୁଡ଼ିକ ଦେଇଥିଲେ । ବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026