୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ହରିହର ବିହାର ରୋଡ଼ ରେ କଳିଙ୍ଗ ସ୍ମାର୍ଟ ସ୍କୁଲରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହରିହର ବିହାର, ଲାବନ୍ୟ ବିହାର ଓ ନୃସିଂହ ମନ୍ଦିର ଚତୃପାର୍ଶ୍ୱ ରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟଅତିଥିଭାବେ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପତକା ଉତ୍ତୋଳନ କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ଓଡିଶା ସାମ୍ବାଦିକ ସଙ୍ଘ ର ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର ଓ ଚାଟାର୍ଡ଼ ଆକାଉଟାଣ୍ଟ ସୁଧାଂଶୁ ରଞ୍ଜନ ପ୍ରଧାନ ସନ୍ନମାନିତ ଅତିଥିଭାବେ ଭାବେ ଯୋଗ ଦେଇଥିଲେ l ଶିଶୁମାନେ ଦେଶ ର ଭବିଷ୍ୟତ l
