ନୂଆଗଡ଼ ନିୟୁ ଷ୍ଟାର ୟୁଥ କ୍ଲବର ନୂତନ ଗୃହ ଉଦଘାଟନ ସହିତ ସ୍ୱାଧୀନତା ଦିବସ ପାଳନ

୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ନିୟୁ ଷ୍ଟାର ୟୁଥ କ୍ଲବର ମୁଖ୍ୟ ପୃଷ୍ଟପୋଷାକ ଦେବେନ୍ଦ୍ର ନାୟକ ଏବଂ ଉତ୍ସାହୀ ଯୁବକ ମାନଙ୍କ ନିଜସ୍ୱ ଅର୍ଥ ଅନୁଦାନରେ ନିର୍ମାଣ କରାଯାଇଥିବା କମ୍ୟୁନିଟି ଗୃହ ପୂଜାପାଠ ପରେ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ୭୮ ତମ ସ୍ୱାଧୀନତା ଦିବସ ପାଳନ ସହିତ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ ଶତପଥୀ, ନିୟୁ ଷ୍ଟାର ୟୁଥ କ୍ଲବର ସଭାପତି ସନ୍ତୋଷ କୁମାର ସାମନ୍ତରାୟ, ସଂପାଦକ ସଞ୍ଜୟ ମହାପାତ୍ର ,ପ୍ରମୁଖ ଉପସ୍ଥିତ ରହି ଗ୍ରାମର ସମସ୍ତ ବ୍ୟୟଜ୍ୟେଷ୍ଠ ବ୍ୟକ୍ତି , ପଡୋଶୀ ଗ୍ରାମର ସଭାପତି,ସଂପାଦକ, ସାମ୍ବାଦିକ , କଳାକାର ଆଦିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିବାରୁ ଭୋଜିଭାତ ଖାଇବା ସହିତ ସୁନିଲ କୁମାର ଜେନାଙ୍କ କଳାକାର ସାଥୀମାନେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ନୂଆଗଡ଼ ଗ୍ରାମର ସମସ୍ତ ମୁରବୀ , ଯୁବକ , ପିଲାମାନେ ଏକତ୍ରିତ ହୋଇ ଏକ ନିଆରା ଭାଇଚାରା ପରମ୍ପରା ସୃଷ୍ଟି କରିଥିଲେ ।

Exit mobile version